ନ୍ୟୁଜ୍

ରେଞ୍ଜର ଶିବପ୍ରସାଦ ନାୟକଙ୍କ ଘରେ ପଶିଲା ଭିଜିଲାନ୍ସ

ସତ୍ୟଶିଖା (ଭୁବନେଶ୍ୱର ) ୦୮.୧୨.୨୦୨୨ :  ଟିଟିଲାଗଡ଼ ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଟିଟିଲାଗଡ଼ ରେଞ୍ଜର ଶିବପ୍ରସାଦ ନାୟକଙ୍କ ବାସଭବନରେ ଆଜି ଭୋରରୁ ଏହି ଚଢ଼ାଉ ହୋଇଛି ।

ରେଞ୍ଜରଙ୍କ ଟିଟିଲାଗଡ଼ସ୍ଥିତ ସରକାରୀ ବାସଭବନ, ବଲାଙ୍ଗିରସ୍ଥିତ ବାସଭବନ ଓ ସମ୍ପର୍କୀୟଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି ।  ଏହି ଚଢାଉ ସମୟରେ ଟିଟିଲାଗଡରେ ରେଞ୍ଜର ସରକାରୀ ବାସଭବନରେ ଉପସ୍ଥିତ ନ ଥିବା ଜଣାଯାଇଛି ।

ଭିଜିଲାନ୍ସ କର୍ମଚାରୀମାନେ ଘରେ ଥିବା ସମସ୍ତ ଜିନିଷ ପତ୍ରର ତନଖି କରିଥିବା ସହ ଏହାର ତାଲିକା ପ୍ରସ୍ତୁତ କରିଛନ୍ତି। ରେଞ୍ଜରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଥିବା ନେଇ ସୂଚନା ମିଳିବା ପରେ ଭିଜିଲାନ୍ସ ବିଭାଗ ତରଫରୁ ଏହି ଚଢାଉ କରାଯାଇଛି ।

Show More
Back to top button