

ସତ୍ୟଶିଖା( ପାରଳାଖେମୁଣ୍ଡି )୬.୦୯ .୨୦୨୧: ପାରଳା ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁକୁ ବିତିଲାଣି ୫୦ ଦିନ । କ୍ରାଇମବ୍ରାଞ୍ଚ ତଦନ୍ତକୁ ପାଖାପାଖି ମାସେ ହେଲାଣି । ତଥାପି ମୃତ୍ୟୁ ସସପେନ୍ସ ଉପରୁ ହଟିନି ପରଦା । କ୍ରାଇମବ୍ରାଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ପରେ ବି ଖୋଲିନି ଏସିଏଫ ସୌମ୍ୟଙ୍କ ଡେଥ ମିଷ୍ଟ୍ରି। ଆଗକୁ ବିଦ୍ୟାଭାରତୀଙ୍କୁ ସିନ୍ କ୍ରିଏସନ୍ ପାଇଁ ପାରଳା ଯିବାକୁ ଡକରା ଆସିପାରେ। ବିଦ୍ୟା, ଗଜପତି ଡିଏଫଓ ଓ ରୋଷେୟାଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ । ଆବଶ୍ୟକ ହେଲେ ହୋଇପାରେ ଲାଏ ଡିଟେକସନ୍ ଟେଷ୍ଟ । ବିଦ୍ୟା, ତାଙ୍କ ପରିବାର ଏବଂ ସୌମ୍ୟଙ୍କ ପରିବାର ଦେଇଥିବା ବୟାନର ଏବେ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ ।
ପାରଳାରେ ସାକ୍ଷୀ ଦେଇଥିବା ବୟାନ ସହ ସେସବୁକୁ ମେଳ କରାଯାଉଛି । ଏହାପରେ ନିର୍ଦ୍ଧାରଣ ହେବ ତୃତୀୟ ପର୍ଯ୍ୟାୟ ତଦନ୍ତର ଦିଗ। ଆଗକୁ ତଦନ୍ତରେ କି ଟ୍ଵିଷ୍ଟ ଆସିବ ଓ କ୍ରାଇମବ୍ରାଞ୍ଚ କେଉଁ ନିଷ୍କର୍ଷରେ ପହଞ୍ଚିବ ତାଉପରେ ନଜର ରହିଛି । ଏସିଏଫ୍ ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦାବିରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା। ଆସନ୍ତା ୯ ତାରିଖରେ ବାଲେଶ୍ୱର ଖଇରା ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ। ସୌମ୍ୟଙ୍କ ମୃତ୍ୟୁକୁ ୫୦ ଦିନ ବିତିଯାଇଥିଲେ ମଧ୍ୟ ଦୌଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି।