ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ଭିକଟ୍ରିନା

ସତ୍ୟଶିଖା(ନୂଆଦିଲ୍ଲୀ ) ୧୨.୦୧.୨୦୨୨ : ପୁଣି ଚର୍ଚ୍ଚାରେ ଭିକଟ୍ରିନା। ଗତ କିଛି ଦିନ ଧରି ଖୁବ ଚର୍ଚ୍ଚାରେ ଥିବା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି।ବିବାହ ପରେ ଅଭିନେତା ଭିକି ଓ  ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ପ୍ରଥମ ଥର ପାଇଁ ପରଦାରେ ଏକାଠି କାମ କରୁଥିବାର ଦେଖିବାକୁ ମିଳିବ।

ଏହି ଦମ୍ପତି ଏପର୍ଯ୍ୟନ୍ତ ଗୋଟିଏ ବି ଫିଲ୍ମରେ ଏକାଠି କାମ କରି କରିନାହାଁନ୍ତି। ନିର୍ଦ୍ଦେଶକ ଫରହାନ୍ ଅଖତରଙ୍କ ଫିଲ୍ମରେ କ୍ୟାଟ୍ରିନା କୈଫକୁ ନେବା ପାଇଁ ଫାଇନାଲ ହୋଇଥିଲା କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ଭିକି କୌଶଲ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ‘ଜି ଲେ ଜାରା’ ଫିଲ୍ମ ପାଇଁ ଭିକିଙ୍କୁ ସିଲେକ୍ଟ କରାଯାଇଛି । ରିୟଲ ଲାଇଫ ପାଟନର ହୋଇସାରିଥିବା ଏ ଯୋଡିଙ୍କୁ ଦର୍ଶକ ରିଲାଇଫରେ କେତେ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Exit mobile version