ଅତି ଉପକାରୀ ଲେମ୍ବୁପାଣି


ସତ୍ୟଶିଖା,(ଭୁବନେଶ୍ୱର) ୨୫ .୦୩ .୨୦୨୧ :
ଏବେ ଖରାଦିନ ଚାଲିଛି। ଘରେ ଘରେ ଲେମ୍ବୁପାଣି ଲୋଡ଼ା। ଲେମ୍ବୁ ପାଣିରେ ରହିଛି ଗୁଡ଼ାଏ ଗୁଣ। ତେବେ ଆସନ୍ତୁ ଜାଣିବା ଏହି ଲେମ୍ବୁ ପାଣି ପିଇବା ଦ୍ୱାରା କି କ ଅସୁବିଧା ସବୁ ଦୂର ହୋଇଥାଏ।
ଆମେ ପ୍ରାୟ ସମସ୍ତେ ଜାଣନ୍ତି ଯେ ଲେମ୍ବୁ ସରବତ୍ ପିଇବା ଦ୍ୱାରା ଶରୀରରେ ଥିବା ଅତିରିକ୍ତି ଚର୍ବି କମ୍ ହୋଇଥାଏ। ଏଥିରେ ରହିଛି ଭିଟାମିନ୍ ସି। ଏଥିରେ ଥିବା ଫଟୋକେମିକାଲ୍ ଚର୍ବି କାଟିବାରେ ସାହାୟ ହୋଇଥାଏ।
ବ୍ରଣ କମାଇବା ପାଇଁ ଲେମ୍ବୁ ହେଉଛି ଅବ୍ୟର୍ଥ ଔଷଧ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥିବାରୁ ତାହା ବ୍ରଣ ଦୂର କରେ। ଦିନକୁ ଗୋଟାଏ ଗ୍ଲାସ ଲେମ୍ବୁ ପାଣି ପିଇବା ଦ୍ୱାରା ବ୍ରଣ କମ୍ ହୋଇଥାଏ।
ଠିକ୍ ଭାବେ ଭୋକ ନହେବା ଆଜିକାଲି ଯୁବପିଢ଼ିଙ୍କର ଏକ ସାଧାରଣ ସମସ୍ୟା। ପ୍ରତିଦିନ ପାଣିରେ କିଛି ଳେମ୍ବୁ ମିଶାଇ ପାଇବା ଦ୍ୱାରା ହଜମ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଥାଏ। ଫଳରେ ଭୋକ ସମସ୍ୟା ଦୂର ହୋଇଥାଏ।
କିଡନିରେ ଷ୍ଟୋନ୍ ହେବା ଖୁବ୍ ଯନ୍ତ୍ରଣାଦାୟକ ନିଶ୍ଚୟ। ଆପଣ ଯଦି ସେପରି ଏକ ଯନ୍ତ୍ରଣାରୁ ନିଜକୁ ମୁକ୍ତି କରିବାକୁ ଚାହାନ୍ତି ତେବେ ମଝିରେ ମଝିରେ ଲେମ୍ବୁ ପାଣି ନିଶ୍ଚୟ ପିଅନ୍ତୁ।
ଥଣ୍ଡା ହେଉ କିିମ୍ବା ଧୂଳି ପ୍ରଭାବରୁ ହେଉ ଶରୀରର ପ୍ରତିରକ୍ଷା କ୍ଷମତା ହ୍ରାସ ପାଇଥାଏ। ଲେମ୍ବୁ ପାଣି ପିଇବା ଦ୍ୱାରା ଏହାକୁ ସକ୍ରିୟ କରି ହେବ।
ଶୀତ ଦିନେ ଆମେ ଖୁବ୍ କମ୍ ପାଣି ପିଇଥାନ୍ତି। ସବୁ ବେଳେ ଶରୀରକୁ ଘୋଡ଼ାଇ ରଖୁଥିବା ହେତୁ ଶରୀର ଅଧିକ ଜଳ ଆବଶ୍ୟକ କରିଥାଏ। ଏହାର ସମାଧାନ ହେଉଛି ଗୋଟାଏ ଗ୍ଲାସ ଲେମ୍ବୁ ପାଣି।
ଶ୍ୱାସ ରୋଗୀଙ୍କ ପାଇଁ ଲେମ୍ବୁ ପାଣି ଖୁବ୍ ଦରକାରୀ ହୋଇଥାଏ। ଲେମ୍ବୁ ପାଣିରେ ଥିବା ଭିଟାମିନ୍ ସି ଶ୍ୱାସ ରୋଗୀଙ୍କ ପାଇଁ ଖୁବ୍ ଜରୁରୀ ହୋଇଥାଏ।
ନିଶାଖୋର ଲୋକଙ୍କ ନିଶା ଉତାରିବା ପାଇଁ ଲେମ୍ବୁ ପାଣି ସବୁଠାରୁ ଭଲ କାର୍ଯ୍ୟ କରିଥାଏ। ଯଦି ଆପଣଙ୍କର କେହି ଆତ୍ମୀୟ ଅତ୍ୟଧିକ ମଦ୍ୟପାନ କିମ୍ବା ଆଉ କିଛି ନିଶା ଗ୍ରହଣ କରିଛନ୍ତି ତେବେ ତାଙ୍କୁ ତୁରନ୍ତ ଲେମ୍ବୁ ପାଣି ପିଆଇ ଦିଅନ୍ତୁ।
ଗୋଟାଏ ଗ୍ଲାସ ଲେମ୍ବୁ ପାଣି ଶରୀରରୁ ଜୀବାଣୁ ଓ କୀଟାଣୁଙ୍କୁ ଭଗାଇଥାଏ। ତେଣୁ ଖାଦ୍ୟ ବିଷାକ୍ତ(ଫୁଡ୍ ପଏଜନିଂ)ର ଆଶଙ୍କା କମ୍ ରହିଥାଏ ଲେମ୍ବୁ ପାଣି ପିଇବା ଦ୍ୱାରା।
ଆପଣ ଯଦି କୌଣସି ପେଟ ଜନିତ ରୋଗର ଆକ୍ରାନ୍ତ ତେବେ ଲେମ୍ବୁ ପାଣି ଆପଣଙ୍କ ପାଇଁ ଖୁବ୍ ଭଲ।