ଜୀବନମନ୍ତ୍ର

ହଳଦୀ ତ୍ୱଚା ପାଇଁ ଅତ୍ୟନ୍ତ ଗୁଣକାରୀ l

ସତ୍ୟଶିଖା ( ଭୁବନେଶ୍ୱର ) ୦୪.୧୦ .୨୦୨୦ :  ଦୈନନ୍ଦିନ ଜୀବନଚର୍ଯ୍ୟାରେ ବ୍ୟବହାର ହେଉଥିବା ହଳଦୀର ଅନେକ ଗୁଣ ରହିଛି । ଉଭୟ ସ୍ୱାସ୍ଥ୍ୟ ପାଇଁ ଓ ସୌନ୍ଦର୍ଯ୍ୟ ପାଇଁ ହଳଦୀ ଗୁଣକାରୀ । ପୁରାତନ କାଳରୁ ହଳଦୀକୁ ରୋଷେଇରେ ବ୍ୟବହାର କରିବା ସହ ଅନ୍ୟ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ । କିନ୍ତୁ ଯେତେବେଳେ ସୁନ୍ଦରତା କଥା ଆସେ ହଳଦୀର ମହତ୍ତ୍ୱ ଆହୁରି ବଢିଯାଏ ।

ମୁହଁ ଓ ତ୍ୱଚାର ଚମକ ପାଇଁ ବାହାଘର ସମୟରେ ବର-କନ୍ୟାଙ୍କୁ ହଳଦୀ ଲଗାଯାଇଥାଏ । ହଳଦୀର ଅନ୍ୟାନ୍ୟ ତ୍ୱଚା ସମ୍ବନ୍ଧୀୟ ଲାଭ ମଧ୍ୟ ରହିଛି । ହଳଦୀର ମହତ୍ତ୍ୱ ଏହାର ପ୍ରାକୃତିକ ଗୁଣ ଯୋଗୁଁ ବଢିଯାଏ । ହଳଦୀରେ ଥିବା କରକ୍ୟୁମିନ ସବୁଠାରେ ଆକ୍ଟିଭ ତତ୍ତ୍ୱ ବୋଲି କୁହାଯାଏ । ଏହା ହ୍ୟୁମାନ ସିଷ୍ଟମରେ ହେଉଥିବା ଉତ୍ତେଜନାକୁ ଚାପି ଦେଇଥାଏ । ଉତ୍ତେଜନା ପ୍ରତି ପ୍ରତିକ୍ରିୟା କମ କରିବାରେ ଏବଂ ଅକ୍ସିକରଣ କମ କରାଇବାରେ ହଳଦୀର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି ।

ଉତ୍ତେଜନା ପ୍ରତି ପ୍ରତିକ୍ରିୟା ଓ ଅକ୍ସିକରଣ ହ୍ରାସ ପାଇଲେ ଶରୀରର କ୍ଷତ ଶୀଘ୍ର ଭଲ ହୋଇଥାଏ । ସେଥିପାଇଁ କ୍ଷତ ଜାଗାରେ ହଳଦୀ ଲଗାଯାଇଥାଏ । ଗବେଷଣାରୁ ଜଣାପଡିଛି ଯେ ହଳଦୀରେ ଅତି ବାଇଗଣୀ ରଶ୍ମିରୁ ତ୍ୱଚାକୁ ହେଉଥିବା କ୍ଷତିକୁ କମ କରିବାର କ୍ଷମତା ଅଛି । ଏଥିରେ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ରହିଛି । ସେଥିପାଇଁ ଖରାରେ ସିଝି ଯାଇଥିବା ଜାଗାରେ ହଳଦୀ ବ୍ୟବହାର କଲେ ଆଶ୍ୱସ୍ତି ମିଳିଥାଏ । ତ୍ୱଚାର ଜ୍ୱଳନ ଓ ବ୍ରଣରୁ ଲଢ଼ିବାରେ ହଳଦୀ ବହୁତ ସହାୟକ ହୋଇଥାଏ । ଯେଉଁମାନଙ୍କ ତ୍ୱଚା ଅଧିକ ସମ୍ବେଦନଶୀଳ ସେମାନଙ୍କ ପାଇଁ ହଳଦୀ ବହୁତ ଲାଭଦାୟକ ।

Show More
Back to top button