ବାସ୍ତୁଶାସ୍ତ୍ର

୧୭ଜୁଲାଇ ପର୍ଯ୍ୟନ୍ତ ଶୁକ୍ରଙ୍କ କୃପା ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ

ସତ୍ୟଶିଖା(ଭୁବନେଶ୍ୱର) ୨୬.୦୬.୨୦୨୧:  ଜୁନ୍ ୨୨ରେ ଶୁକ୍ର କର୍କଟ ରାଶିରେ ପ୍ରବେଶ କରିଛନ୍ତି। ୧୭ ଜୁଲାଇ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଶୁକ୍ରଙ୍କୁ ଭୌତିକ ସୁଖ, ବୈବାହିକ ସୁଖ, ଭୋଗ-ବିଳାସ, ଖ୍ୟାତି, କଳା, ପ୍ରତିଭା, ସୌନ୍ଦର୍ଯ୍ୟ ଇତ୍ୟାଦିର ଗ୍ରହ ବୋଲି ବିବେଚନା କରାଯାଏ। ଯେତେବେଳେ ଶୁକ୍ର ଶୁଭ ହୋଇଥାନ୍ତି ଜଣେ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାରର ସୁଖ ପାଇଥାଏ। କର୍କଟରେ ଶୁକ୍ରଙ୍କ ପ୍ରବେଶ କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ। ଏହି ରାଶିର ବ୍ୟକ୍ତିମାନଙ୍କୁ ଧନ ଲାଭ ହୋଇପାରେ। ଆସନ୍ତୁ ସେ ସମ୍ପର୍କରେ ଜାଣିବା…..।

ମେଷ – ଶୁକ୍ରଙ୍କ ପରିବର୍ତ୍ତନ ମେଷ ରାଶିର ଲୋକଙ୍କ ପାଇଁ ଧନ ଲାଭର ସମ୍ଭାବନା ରହିଛି। ପାରିବାରିକ ଜୀବନରେ ସୁଖ ଅନୁଭବ କରିବେ। ଚାକିରି ଓ ବ୍ୟବସାୟରେ ପ୍ରଗତିର ଯୋଗ ରହିଛି। ଏହାଛଡା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ।

ମିଥୁନ – କର୍କଟ ରାଶିରେ ଶୁକ୍ରଙ୍କ ପ୍ରବେଶ ମିଥୁନ ରାଶିର ବ୍ୟକ୍ତିମାନେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। କାରବାର ଓ ପୁଞ୍ଜି ବିନିଯୋଗ ପାଇଁ ଏହା ଉତ୍ତମ ସମୟ ହେବ। ଶିକ୍ଷାକ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଶୁଭ ହେବା ସହିତ ବିବାହିତମାନେ ଜୀବନରେ ସୁଖ ଅନୁଭବ କରିବେ। ସ୍ୱାସ୍ଥ୍ୟ ଭଲ ରହିବ।

ମକର – ମକର ରାଶିର ଲୋକଙ୍କ ପାଇଁ ଚାକିରି ଓ ବ୍ୟବସାୟ ଲାଗି ଏହି ସମୟ ବରଦାନ ସଦୃଶ ହେବ। ଧନ ଲାଭ ହେବା ସହିତ ଆର୍ଥିକ ଦିଗ ଦୃଢ ହେବ। ଶିକ୍ଷାକ୍ଷେତ୍ର ସହ ଜଡିତ ଲୋକଙ୍କ ପାଇଁ ସମୟ ଭଲ ରହିବ। ବିବାହିତଙ୍କ ଜୀବନରେ ସୁଖ ଅନୁଭବ କରିବେ।

ମୀନ – ମକର ରାଶିର ଲୋକଙ୍କ ପାଇଁ ଚାକିରି ଓ ବ୍ୟବସାୟ ପାଇଁ ଉତ୍ତମ ସମୟ। ଧନ ଲାଭ ଓ ଆର୍ଥିକ ଦିଗ ସୁଦୃଢ ହେବ। ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବା ସହିତ ବିବାହିତମାନେ ଜୀବନରେ ସୁଖ ଅନୁଭବ କରିବେ।

Show More
Back to top button