ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ନୂଆ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଗାଡ଼ି ପଞ୍ଜୀକରଣ

ସତ୍ୟଶିଖା (ଭୁବନେଶ୍ୱର) ୧୧/୦୨/୨୦୨୧ : ଜଣେ ଗାଡ଼ି କିଣିବାବେଳେ ଡିଲର ଅନଲାଇନରେ ଆବେଦନ କରିବେ । ଆବଶ୍ୟକ କାଗଜପତ୍ର ସ୍କାନ କରି ତାଙ୍କର ଡ଼ିଜିଟାଲ ଦସ୍ତଖତରେ ଡ଼କୁମେଣ୍ଟ ଅପଲୋଡ଼ କରିବେ । ଟିକସ ଦେବା ମାତ୍ରେ ପଞ୍ଜୀକରଣ ନମ୍ବର ସ୍ବୟଂଚାଳିତ ଭାବେ ଆସିଯିବ ।  ଏଥିପାଇଁ କୌଣସି କାଗଜ ଦାଖଲ କରିବାକୁ ହେବନାହିଁ କିମ୍ବା କାହାରିକ ଆରଟିଓ ଅଫିସକୁ ଦୌଡ଼ିବାକୁ ପଡ଼ିବନାହିଁ । ନିଜେ କୌଣସି ଆରଟିଓ ଅଫିସକୁ ନଯାଇ ରାଜ୍ୟର ଯେ କୌଣସି ଆରଟିଓ ଅଫିସରେ କ୍ରେତା ଗାଡ଼ି ପଞ୍ଜୀକରଣ କରିବାର ସୁଯୋଗ ପାଇପାରିବେ ।୫-ଟିରେ ପରିବର୍ତ୍ତିତ ସେବା ସୁବିଧା: ବର୍ଷକୁ ବଞ୍ଚିବ ୧ କୋଟି ପୃଷ୍ଠାର କାଗଜ
ପେପରଲେସ: ଡକୁମେଣ୍ଟ ଗୁଡ଼ିକ ଇଲେକଟ୍ରୋନିକ୍ସ ଫର୍ମରେ ଦାଖଲ ହେବ । ଏହାଦ୍ୱାରା ବର୍ଷକରେ ୧ କୋଟି ପୃଷ୍ଠାର କାଗଜ ବଞ୍ଚାଇହେବ, ଯାହାକି ବାର୍ଷିକ ୧୦୦୦ ଗଛ ରକ୍ଷା କରିବା ସହିତ ସମାନ ।
କଣ୍ଟାକ୍ଟଲେସ: କାଗଜପତ୍ର ଦାଖଲ ଓ ଯାଞ୍ଚ ପାଇଁ ଆରଟିଓ ଅଫିସ ଯିବାରୁ ମୁକ୍ତି ମିଳିବ । ପୂରା ବ୍ୟବସ୍ଥା କଣ୍ଟାକ୍ଟଲେସ ହୋଇପାରିବ ।
ଅଧିପ୍ରମାଣ (ଅଥେନଣ୍ଟିକେସନ): ଅପଲୋଡ଼ ହେଉଥିବା କାଗଜପତ୍ର ଡିଲରଙ୍କ ଡିଜିଟାଲ ଦସ୍ତଖତ ଦ୍ୱାରା ଅଧିପ୍ରମାଣ ବା ଅଥେନଟିକ ହୋଇପାରିବ ।
ଅଟୋ ଆସାଇନମେଣ୍ଟ: ଡିଲର ପଏଣ୍ଟରେ ଟିକସ ପ୍ରଦାନ ପରେ ଅନଲାଇନ ବ୍ୟବସ୍ଥାରେ ପଞ୍ଜୀକରଣ ନମ୍ବର ସ୍ବୟଂକ୍ରିୟ ଭାବେ ବାହାରି ପାରିବ ।

Show More
Back to top button