ଗାଡ଼ି ଚାଳକ ସାବଧାନ, ଆସିଲା ପୁଣି ନୂଆ ବ୍ୟବସ୍ଥା

ସତ୍ୟଶିଖା(ଭୁବନେଶ୍ୱର )୨୨.୦୯ . ୨୦୨୨:  ଏଣିକି ସବୁ ବଡ଼ ଗାଡିରେ ଲାଗିବ ଟ୍ରାକିଂ, ପାନିକ୍‌ ଡିଭାଇନ୍‌। ଗାଡିରେ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌ ଓ ପାନିକ ବଟନ୍‌ ଲାଗିବ। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଗାଡିର ଅବସ୍ଥିତି ନେଇ ଏହି ଟ୍ରାକିଂ ଡିଭାଇସ ସୂଚନା ଦେବ। କେବଳ ସେତିକି ନୁହେଁ ପାନିକ୍‌ ବଟନ୍‌ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେବ। ଭୁବନେଶ୍ୱରରେ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ୍‌ ରହିବ। କୌଣସି ଦୁର୍ଘଟଣା ସେହିପରି ଯାତ୍ରୀଙ୍କର କୌଣସି ଯଦି ଅସୁବିଧା ହୁଏ, ତେବେ ଯାତ୍ରୀ ପାନିକ୍‌ ବଟନ୍‌ ଦବାଇବା ଦ୍ୱାରା ଏହା ଜଣାପଡିଯିବ।

୨୦୨୨ ଡିସେମ୍ବର ୩୧ ପୂର୍ବରୁ କିଣା ଯାଇଥିବା ଗାଡିଗୁଡିକ ପାଇଁ ଡେଡ୍‌ଲାଇନ୍‌ ଧାର୍ୟ୍ୟ କରାଯାଇଛି। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଏହି ଡିଭାଇସ୍‌ ଲଗାଇବାକୁ ଚାଲକ ବାଧ୍ୟ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

Exit mobile version