ମନୋରଞ୍ଜନସିନେମା

ଦୀର୍ଘଦିନର ବାନ୍ଧବୀ ନତାଶାଙ୍କୁ ବିବାହ କଲେ ବରୁନ୍ ଧାୱନ

ସତ୍ୟଶିଖା ୨୫/୦୧/୨୦୨୧ : ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ଼ ଅଭିନେତା ବରୁଣ ଧାୱନ । ସାତଜନ୍ମ ପାଇଁ ଗର୍ଲଫ୍ରେଣ୍ଡ ତଥା ଫେମସ ଡିଜାଇନର ନତାଶା ଦଲାଲଙ୍କ ହାତ ଧରିଛନ୍ତି ବରୁଣ । ଆଲିବାଗର ଏକ ରିସୋର୍ଟ ଦି ମ୍ୟାନସନ୍ ହାଉସରେ ହୋଇଛି ଉଭୟଙ୍କ ବିବାହ ଉତ୍ସବ । ବିବାହ ପାଇଁ ଦି ମ୍ୟାନସନ୍ ହାଉସକୁ ଅତି ସୁନ୍ଦର ଭାବେ ସଜେଇ ଦିଆଯାଇଥିଲା ।ତେବେ ଉଭୟଙ୍କ ବିବାହ କେବଳ ୪୦ ଲୋକ ସାମିଲ ହୋଇଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ଅତି ନିକଟ ସମ୍ପର୍କୀୟଙ୍କ ନେଗେଟିଭ୍ ରିପୋର୍ଟ ଥିବା, ସେହି ୪୦ ଲୋକହିଁ ସେମାନଙ୍କ ବିବାହରେ ସାମିଲ ହୋଇଥିଲେ । ଏହି ବିବାହ ଉତ୍ସବରେ କରଣ ଜୋହର, ମନୀଷ ମାଲହୋତ୍ରା, ଜୋଆ ମୋରାନି ଏବଂ କୁନାଲ କୋହଲିଙ୍କ ଭଳି ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିବା ଜଣାପଡ଼ିଛି । ବରୁଣ ଓ ନତାଶାଙ୍କ ବିବାହ ଭୋଜି ଜାନୁଆରି ୨୬ ତାରିଖରେ ଆୟୋଜନ କରାଯିବ। ତେବେ ବିବାହ ସମୟର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

Show More
Back to top button