ନିଜର ଆଗାମୀ ଫିଲ୍ମ ‘ୟେ ୱତନ୍ .. ମେରେ ୱତନ୍’ ଫିଲ୍ମ ପାଇଁ ଘୋଷଣା କଲେ ବରୁଣ ଧାୱନ୍

ସତ୍ୟଶିଖା( ମୁମ୍ବାଇ )୧୦.୧୦୨୦୨୨:   ବଲିଉଡ ଚକଲେଟ ହିରୋ ବରୁଣ ଧାୱନ ନିଜର ଆଗାମୀ ଫିଲ୍ମ ‘ୟେ ୱତନ୍ .. ମେରେ ୱତନ୍’ ଫିଲ୍ମ ପାଇଁ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ସାରା ଅଲି ଖାନ ମଧ୍ୟ ତାଙ୍କ ବିପକ୍ଷେରେ ନଜର ଆସିବେ। ପ୍ରକୃତ ଘଟଣା ଉପରେ ଆଧାରିତ ରହିଛି ଏହି ଫିଲ୍ମ। ଯାହା ଦାରୁବ ଫାରୁକ୍କି ଏବଂ କନ୍ନନ୍ ଆୟରଙ୍କ ଦ୍ୱାରା ଲିଖିତ। ଏହି ଚଳଚ୍ଚିତ୍ରଟି ଧର୍ମାଟିକ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ସ ଯଥା କରନ ଯୋହାର ଏବଂ ଅପୂର୍ଭା ମେହେତାଙ୍କ ଦ୍ୱାରା ନିର୍ମିତ ହେଉଛି। ଏହା ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କ ଆଗାମୀ ଐତିହାସିକ ତିହାସିକ ଚଳଚ୍ଚିତ୍ର ହେବାକୁ ଯାଉଛି। ସେ ଏବଂ ତାଙ୍କ କୋ-ଷ୍ଟାର ଭରୁଣ ଧୱନ୍ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି। ୧୯୪୨ ମସିହାରେ ଭାରତ ଛାଡିବା ଆନ୍ଦୋଳନର ପୃଷ୍ଠଭୂମିରେ ଏକ କାଳ୍ପନିକ କାହାଣୀରେ ସାରାଙ୍କୁ ଜଣେ ସାହସୀ ସ୍ୱାଧୀନତା ସଂଗ୍ରାମୀ ଭାବେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ବିଷୟରେ ଭରୁଣ ଧାୱନ ପ୍ରକାଶ କରିଛନ୍ତି ଯେ ସେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେ କୁହନ୍ତି, ‘ମୁଁ ଆପଣଙ୍କ ପାଇଁ ବିଗ୍ ନ୍ୟୁଜ୍ ଆଣିଛି। ତେବେ ଏହି ଚଳଚ୍ଚିତ୍ରଟି ପ୍ରକୃତ ଘଟଣା ଉପରେ ଆଧାରିତ ହୋଇଛି। ତେବେ ସାରଙ୍କୁ ଶେଷ ଥର ପାଇଁ ଧନୁଷ ଏବଂ ଅକ୍ଷୟ କୁମାରଙ୍କ ବିପକ୍ଷରେ ଆନନ୍ଦ ରାୟଙ୍କ ‘ଅତ୍ରଙ୍ଗି ରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ନିଜ ନୂଆ ଫିଲ୍ମକୁ ନେଇ ସାରା ଅଲି ଖାନ ଓ ବରୁଣ ଧାୱନ ନିଜ ସୋସିଆଲ ମିଡ଼ିଆ ପେଜରେ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।

Exit mobile version