

ସତ୍ୟଶିଖା(ସୁନ୍ଦରଗଡ) ୦୯.୦୪.୨୦୨୧: ପଶ୍ଚିମ ଓଡିଶାରେ କରୋନା କାୟା ବିସ୍ତାର କରୁଛି। ବଢି ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡ ଜିଲା ଆଜି ରେକର୍ଡ କରିଛି। ଏହି ଜିଲ୍ଲାରେ ଆଜି ଚିହ୍ନଟ ହୋଇଛନ୍ତି ୨୨୪ ଜଣ ସଂକ୍ରମିତ। ବାଲିଶଙ୍କରା ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ବିଭିନ୍ନ ଅଞ୍ଚଳକୁ ସଟଡାଉନ୍ ଘୋଷଣା କରାଯାଇଛି। ଏହି କଟକଣା ୩ ଦିନ ପାଇଁ ବଳବତ୍ତର ରହିବ ବୋଲି ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି। ଜରୁରୀ ସେବାକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ରହିବ। ନିମୟ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନବମ ଓ ଏକାଦଶ ଶ୍ରେଣୀ କ୍ଳାସ ବାତିଲ କରିଛନ୍ତି। ହଷ୍ଟେଲ ଖାଲି କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ଏହି ଆଧାରରେ ସୁନ୍ଦରଗଡର ବିଭିନ୍ନ ଆବାସିକ ବିଦ୍ୟାଳୟ ସହ କଲେଜର ହଷ୍ଟେଲ ଖାଲି କରାଯାଉଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ହଷ୍ଟେଲ ରହିବ। ତେଣୁ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯାଉଛି।