ସତ୍ୟଶିଖା ୧୮/୦୧/୨୦୨୧ : ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଚୋରା ଚାଲାଣ ସମୟରେ ଜବତ ହେଲା ରକ୍ତ ଚନ୍ଦନ କାଠ । ଦେଢ କ୍ୱିଂଟାଲରୁ ଅଧିକ ଓଜନର ରକ୍ତଚନ୍ଦନ କାଠ ଜବତ କରିଛି ପାରଳାଖେମୁଣ୍ଡି ବନ ବିଭାଗ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ଚୋରା ଚାଲାଣ କରାଯାଉଥିବା ଅଟୋକୁ ମଧ୍ୟ ଜବତ କରାଯାଇଛି ।
ଗଜପତିରୁ ଜବତ ହେଲା ବହୁମୂଲ୍ୟର ରକ୍ତଚନ୍ଦନ କାଠ
