ଅପରାଧନ୍ୟୁଜ୍ରାଜ୍ୟ

ଗଜପତିରୁ ଜବତ ହେଲା ବହୁମୂଲ୍ୟର ରକ୍ତଚନ୍ଦନ କାଠ

ସତ୍ୟଶିଖା ୧୮/୦୧/୨୦୨୧ : ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଚୋରା ଚାଲାଣ ସମୟରେ ଜବତ ହେଲା ରକ୍ତ ଚନ୍ଦନ କାଠ । ଦେଢ କ୍ୱିଂଟାଲରୁ ଅଧିକ ଓଜନର ରକ୍ତଚନ୍ଦନ କାଠ ଜବତ କରିଛି ପାରଳାଖେମୁଣ୍ଡି ବନ ବିଭାଗ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ଚୋରା ଚାଲାଣ କରାଯାଉଥିବା ଅଟୋକୁ ମଧ୍ୟ ଜବତ କରାଯାଇଛି ।କୌଣସି ସୂତ୍ରରୁ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ଖବର ପାଇଁ ପାରଳାଖେମୁଣ୍ଡି ବନବିଭାଗ । ବାଞ୍ଜିରି ଛକ ନିକଟରେ ଚଢାଉ କରି ଅଟୋରୁ ରକ୍ତ ଚନ୍ଦନ କାଠ ଜବତ କରିଥିଲା । ତେବେ ଜିଲ୍ଲାର ମହେନ୍ଦ୍ରଗିରି ବନାଂଚଳ, ନାରାୟଣପୁର ବନାଂଚଳର ମୂଲ୍ୟବାନ ଚନ୍ଦନ ବଣ ଉପରେ ରାଜ୍ୟର କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ରହିଛି । ସାମାନ୍ୟ ସୁଯୋଗ ପାଇଲେ କାଠ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି ।

Show More
Back to top button