ଦେଶ

ବିଲ୍ଡିଂରେ ନିଆଁ ଲାଗି ୭ ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ: ଲକଡାଉନ୍ ନିୟମ କଡ଼ାକଡ଼ି ପାଳନ କରାଯାଉଥିବା ବେଳେ ମଧ୍ୟପ୍ରଦେଶ ଗ୍ୱାଲିଅରର ଇଦରଗଞ୍ଜରେ ଥିବା ଏକ କୋଠାରେ ନିଆଁ ଲାଗିଯିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି କୋଠାରେ ଦୋକାନ ସହିତ ଲୋକମାନେ ରହୁଥିଲେ। ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଦୋକାନ ଘର ସମ୍ପୂର୍ଣ୍ଣ ପୋଡ଼ି ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଆହୁରି ପଢ଼ନ୍ତୁ

ସ୍ଥାନୀୟ ଲୋକଙ୍କ ପ୍ରୟାସରେ ଘର ଭିତରେ ଥିବା ୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୪ ମହିଳା ଓ ୩ ଛୋଟ ଛୁଆ ରହିଛନ୍ତି। ବିଲ୍ଡିଂରେ ଅନେକ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଥିଲେ ମଧ୍ୟ ଜରୁରୀକାଳୀନ ଭିତରେ ନିଆଁ ଲିଭାଇବା ପାଇଁ ଆବଶ୍ୟକ ଉପକରଣ ନଥିଲା। ତେଣୁ ନିଆଁ ଲିଭାଇବା ପାଇଁ କୋଠାରେ ଗୋଟିଏ ଘରର କାନ୍ଥ ଭାଙ୍ଗାଯାଇଛି। ଏହି ଭଙ୍ଗା କାନ୍ଥ ଜରିଆରେ ଫସି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ନିଆଁ ଲାଗିଥିବା ନେଇ ଜାଣିବା ପରେ ଗ୍ୱାଲିଅରର ଜିଲ୍ଲାପାଳ, ଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକମାନେ କହିଛନ୍ତି ଯେଉଁ ଦୋକାନରେ ଅଏଲ ପେଣ୍ଟ ଥିଲା ସେହିଠାରୁ ହଠାତ୍ ନିଆଁ ଲାଗିଥିବା ଜଣାପଡ଼ିଥିଲା। ପରେ ବ୍ୟାପିଯାଇଥିଲା। ନିଆଁ ଏତେ ଜୋରରେ ଥିଲା ଯେ ୩ କିଲୋମିଟର ଯାଏ ଧୂଆଁ ବ୍ୟାପିବା ସହିତ ଆକାଶ ପୂରା ଧୂଆଁ ଦ୍ୱାରା ଘୋଡ଼େଇ ହୋଇଯାଇଥିଲା।

[ad_2]
Show More
Back to top button