ସତ୍ୟଶିଖା(ଭୁବନେଶ୍ୱର) ୧୪.୦୭.୨୦୨୧: କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରୁଥିବାବେଳେ ଟିକା ଅଭାବ ଏଥିରେ ବାଧକ ସାଜିଛି । ଟିକା ମିଳୁନଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖାଯାଉଛି । ଏହି କ୍ରମରେ ଆଜି ମଧ୍ୟ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରଖାଯାଇଥିବା ଜଣାଯାଇଛି ।
ବର୍ତ୍ତମାନ ରାଜ୍ୟରେ ଘୋର ଟିକା ସଙ୍କଟ ଦେଖାଯାଇଛି । ଫଳରେ ଦୈନିକ ଟିକାକରଣରେ ଉପୁଜୁଛି । ଦୈନିକ ଭାବେ ହେବାକୁ ଥିବା ଅନେକ ସ୍ଥାନରେ ଟିକାକାକରଣ ଠିକ ଭାବରେ ପରିଚାଳନା ହୋଇପାରୁନାହିଁ । ସେହିପରି ସମାନ କାରଣ ପାଇଁ ରାଜ୍ୟରେ ଆଜି ୧୧ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ ଆଜି ରାଜ୍ୟରେ ୩୯୬ଟି କେନ୍ଦ୍ରରେ ଟିକା ପ୍ରଦାନ କରାଯିବ । ଟିକାକରଣ ବନ୍ଦ ରହିଥିବା ଜିଲ୍ଲାଗୁଡିକ ମଧ୍ୟର ବଲାଙ୍ଗୀର,ବାଲେଶ୍ବର, ଦେଓଗଡ, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର ଓ ନୂଆପଡା ସାମିଲ ରହିଛି ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩ ଲକ୍ଷ ୪୬ ହଜାର ୨୧୦ ଡୋଜ କୋଭିସିଲଡ଼ ଟିକା ରହିଥିବାବେଳେ ୨ ଲକ୍ଷ ୮୯ ହଜାର ୪୦୦ ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଛି । ତେବେ ରାଜ୍ୟରେ ମୋଟ ୧ କୋଟି ୩୪ ଲକ୍ଷ ୬୦ ହଜାର ୩୨୭ ଡୋଜ ଟିକାକରଣ କରାଯାଇଥିବା ମଧ୍ୟ ସୂଚନା ରହିଛି ।