ଦେଶନ୍ୟୁଜ୍

ଆଜି ଆଗତ ହେବ ରେଳ ବଜେଟ୍ : ଓଡ଼ିଶାକୁ ମିଳିପାରେ ଅଧିକ ପାଣ୍ଠି

ସତ୍ୟଶିଖା(ନୂଆଦିଲ୍ଲୀ )୦୧.୦୨.୨୦୨୨ : ଆଜି ସାଧାରଣ ବଜେଟ୍ ସହିତ ରେଳ ବଜେଟ୍ ମଧ୍ୟ ଆଗତ ହେବ । ରେଳ ବଜେଟରେ ଓଡ଼ିଶା କେତେ ଗୁରୁତ୍ବ ପାଇବ, ଓଡ଼ିଶାକୁ ବଜେଟ୍ ରୁ କେତେ ମିଳିବ ଓ ଯେଉଁସବୁ ଆଶା ରଖାଯାଇଛି ସେସବୁ ପରିପୂର୍ଣ୍ଣ ହେବକି ନାହିଁ? ତାଉପରେ ପୂରା ରାଜ୍ୟର ନଜର ରହିଛି । ଦଶନ୍ଧି ଧରି ଚାଲିଥିବା ରାଜ୍ୟର ସମସ୍ୟା ସବୁର ସମାଧାନ ହେବ କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ରେଳ ଦାୟିତ୍ୱ ସହିତ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟର ପ୍ରସ୍ତାବ ଅର୍ଥ ବିଭାଗ ମାଧ୍ୟମରେ ଦିଆଯାଇଛି । ହେଲେ ଅର୍ଥ ବିଭାଗର ଅଧିକାରୀମାନେ କିନ୍ତୁ ଏ ସଂକ୍ରାନ୍ତରେ କିଛି ବି ମୁହଁ ଖୋଲିନାହାନ୍ତି । ତେବେ ଏଥର ରେଳ ବଜେଟ୍‌ରୁ ଓଡ଼ିଶା ଅଧିକ କିଛି ଆଶା ରଖିଛି। କାରଣ ରେଳ ମନ୍ତ୍ରଣାଳୟ ଭାର ଓଡ଼ିଶା ସାଂସଦଙ୍କ ହାତରେ ରହିଛି । ତେଣୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେଉଁ କେଉଁ ନୂଆ ପ୍ରକଳ୍ପ ଓଡ଼ିଶା ପାଇଁ ଭେଟି ଦେଉଛନ୍ତି ତାହା ଜାଣିବା ପାଇଁ ସମଗ୍ର ରାଜ୍ୟ ବ୍ୟଗ୍ର।

ତେବେ ଯଦି ଅତୀତର ପୃଷ୍ଠା ଓଲଟାଇବା ତାହେଲେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ରେଳ ବଜେଟ୍‌ରେ ପ୍ରତିବର୍ଷ ଓଡ଼ିଶାକୁ ହାରାହାରି ୮୦୦ କୋଟି ଟଙ୍କା ମିଳୁଥିଲା । ୨୦୧୪-୧୫ରେ ୪୭୦୦ କୋଟି ଦିଆଯାଇଥିଲା। କ୍ରମେ କ୍ରମେ ତାହା ବୃଦ୍ଧି ପାଇ ୨୦୨୧-୨୨ରେ ୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। କିନ୍ତୁ ସତ ହେଲା, ୧୯୯୫ରୁ ୨୦୨୧; ୨୬ ବର୍ଷ ହେଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ସମ୍ପୂର୍ଣ୍ଣ ହୋଇପାରୁନି । କେବଳ ସେତିକି ନୁହେଁ, ତାଳଚେର-ବିମଳାଗଡ କାମ ଦୁଇ ଦଶନ୍ଧି ଧରି ସରିପାରୁନାହିଁ।

Railway Budget 2022 There are possibilities of announcement of high speed  trains in rail budget | Rail Budget 2022: अब इस ट्रैक पर भी दौड़ेंगी बुलेट  और हाई स्पीड ट्रेनें, जानें रेल

ମିଳିଥିବା ସୂଚନା ଅନୁସାରେ, ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ପାଇଁ ଚଳିତ ବଜେଟ୍‌ରେ ବ୍ୟୟ ବରାଦ ହୋଇପାରେ । ଜୁନାଗଡ଼ରୁ ଭଦ୍ରାଚଳମ୍‌ ପର୍ୟ୍ୟନ୍ତ ରେଳ ପ୍ରକଳ୍ପକୁ ବି ଅନୁମତି ମିଳିଛି । ଜୁନାଗଡ଼ରୁ ନବରଙ୍ଗପୁର ସର୍ଭେ ଅନୁମତି ‌ଦିଆଯାଇଛି। ନବରଙ୍ଗପୁରରୁ ଜୟପୁର ଓ ଜୟପୁରରୁ ମାଲକାନଗିରି ପର୍ୟ୍ୟନ୍ତ ଜମି ଅଧିଗ୍ରହଣ ଚାଲିଛି । ରାଜ୍ୟ ସରକାର ଜାଗା ଯୋଗାଇ ଦେଲେ ପ୍ରକଳ୍ପ ଆଗକୁ ବଢ଼ିବ ।  ସେହିପରି ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ୨୪୧ କିମି ରେଳ ପ୍ରକଳ୍ପକୁ ୨୦୨୦-୨୧ରେ ଅନୁମୋଦନ ମିଳିଥିବାରୁ ସେଥିପାଇଁ ଚଳିତ ବଜେଟ୍‌ରେ କିଭଳି ବ୍ୟୟ ବରାଦ କରାଯିବ ତାହା ଦେଖିବାକୁ ବାକି ରହିଲା। ଏହା ବ୍ୟତୀତ ତାଳଚେର-ଅନୁଗୁଳ ନୂଆ ରେଳ ଲାଇନ, ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପାଇଁ ୨୦୨୨-୨୩ ବଜେଟରେ କେତେ ଅର୍ଥ ବ୍ୟୟ ଅଟକଳ କରାଯାଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ପକ୍ଷରୁ ଏକାଧିକ ନୂଆ ପ୍ରକଳ୍ପ ପାଇଁ ଦାବି କରାଯାଇଥିଲା। ଯେଉଁଥିରେ ନୂଆପଡ଼ା-ଗୁଣୁପୁର ନୂଆ ବିଜି ରେଳ ସଂଯୋଗକୁ ଥେରୁବାଲି ପର୍ୟ୍ୟନ୍ତ ସମ୍ପ୍ରସାରଣ, ପୁରୀ-କୋଣାର୍କ, ବାଂଶପାଣି-ବଡ଼ବିଲ୍‌, କେନ୍ଦୁଝର ରୋଡ୍‌-ଧାମରା ବନ୍ଦର (ଭାୟା ଯାଜପୁର/ଆରେଡ଼ି), ତାଳଚେର-ଗୋପାଳପୁର, ପାରାଦୀପ-ଧାମରା, ବୁରାମାର-ଚକୁଳିଆ, ବାଙ୍ଗିରୀପୋଷି-ଗୋରୁ ମହିଷାଣି ରେଳ ପ୍ରକଳ୍ପ। ମାତ୍ର ଗତବର୍ଷ ବଜେଟ୍‌ରେ ଏ ଦିଗରେ କିଛି ପଦକ୍ଷେପ ନିଆଯାଇ ନଥିଲା।

Show More
Back to top button