ରାଜ୍ୟସ୍ୱାସ୍ଥ୍ୟ

୧୫ ପରେ ଗର୍ଭବତୀଙ୍କୁ ଟିକାକରଣ

ସତ୍ୟଶିଖା(ଭୁବନେଶ୍ୱର) ୦୯ .୦୭.୨୦୨୧: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ବିଭିନ୍ନ ବର୍ଗର ଲୋକମାନଙ୍କୁ ଟିକାଦାନ ପରେ ଏବେ ଗର୍ଭବତୀଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ କରାଯିବ ବୋଲି  ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ କହିଛନ୍ତି ଯେ,  ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଗର୍ଭବତୀଙ୍କୁ ଦିଆଯିବ ।  ଆଜି ଏନେଇ ଗାଇଡଲାଇନ ସ୍ଥିର କରାଯାଇ ଜଣାଇ ଦିଆଯିବ ।  ୧୫ ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିମ ଶେଷ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।ଗତକାଲି ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯିବ । ସେମାନେ ଟିକାକରଣ କେନ୍ଦ୍ରରେ ଲାଇନରେ ଛିଡ଼ା ହେବେ ନାହିଁ ।  ଟିକା ନେବାକୁ ଆସିଥିବା ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ରଖାଯିବ । ଟିକା ନେବା ପରେ ପାଶ୍ୱର୍ ପ୍ରତିକ୍ରିୟା ରହୁଛି କି ନାହିଁ ତାହାର ଅନୁଧ୍ୟାନ କରାଯିବ ।  ଗର୍ଭବତୀ ଟିକା ନେଲେ କୌଣସି କ୍ଷତି ହେବ ନାହିଁ ।  ଟିକା ନେଲେ ଫଳପ୍ରଦ ହେବ ବୋଲି ଗର୍ଭବତୀଙ୍କୁ ସଚେତନ କରାଯିବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଥିଲେ ।

ସେହିପରି ଟିକାକରଣକୁ ନେଇ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଆଜି ସକାଳେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ୍ ଟିକା ପହଞ୍ଚିଛି । ଟିକା ଅଭାବରୁ ୫ଟି ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ଅଛି ।

Show More
Back to top button