

ସତ୍ୟଶିଖା ୦୬/୦୨/୨୦୨୧ : ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ଜାରି ରହିଛି ଟିକାକରଣ । କଟକ, ଭୁବନେଶ୍ୱର, ସମ୍ବଲପୁର ସମେତ ସାରା ରାଜ୍ୟରେ ଟିକା ନେବା ପାଇଁ ଆଗେଇ ଆସିଲେ ଆଗଧାଡିର ଯୋଦ୍ଧା । ପୋଲିସି ଡିଜି ଅଭୟ ମଧ୍ୟ ଟିକାକରଣରେ ସାମିଲ ହୋଇଛନ୍ତି । ଏବଂ ଟିକାକରଣକୁ ପ୍ରଶଂସା କରିଛନ୍ତି ପୋଲିସ ଡିଜି । ସେପଟେ କମିଶନର କହିଛନ୍ତି ‘ଗୁଳିକୁ ଡରିନୁ, ଟିକାକୁ କାହିଁକି ଡରିବୁ’ ।
ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁ କୁହାଯାଇଥିବା ବେଳେ ଟିକା ନେବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ଆଗେଇ ଆସିଛନ୍ତି । ଗଂଜାମ ଛତ୍ରପୁରରେ ଜିଲ୍ଲାପାଳ ଓ ଏସପି ଟିକା ନେଇଛନ୍ତି । ଟିକା ନେବା ପରେ ନିଦ୍ଧାରିତ ସମୟ ଯାଏଁ ଟିକାକରଣ କେନ୍ଦ୍ରରେ ବିଶ୍ରାମ ନେଇଥିଲେ । ଏହା ପରେ ଜିଲ୍ଲାପାଳ କହିଛନ୍ତି ଡ଼ରନ୍ତୁ ନାହିଁ ଟିକା ନିଅନ୍ତୁ । ସେହିପରି ଭୁବନେଶ୍ୱରରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଛି ।
ଏସବୁ ଭିତରେ ବରିଷ୍ଠ ଅଧିକାରୀମାନେ ଟିକା ନେବାବେଳର ଫଟୋ ଟ୍ୱିଟରରେ ଅପଲୋଡ କରିବାକୁ କୁହାଯାଇଛି । ଏହାଦ୍ୱାରା ସାଧାରଣ ଲୋକେ ସଚେତନ ହେବାସହ ସେମାନଙ୍କ ମନରୁ ଭୟ ଦୂରହେବ ଓ ଆତ୍ମବିଶ୍ୱାସ ବଢିବ । ଆଜିଠାରୁ ଗୃହ, ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।