ଆଜିଠୁ ୧୫ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ ଟୀକାକରଣ ଆରମ୍ଭ

ସତ୍ୟଶିଖା (ଭୁବନେଶ୍ୱର)୦୩.୦୧.୨୦୨୨: ଆଜିଠୁ ଆରମ୍ଭ ହୋଇଛି ୧୫ ରୁ ୧୮ ବୟସ୍କଙ୍କ ପାଇଁ ଟିକାକରଣ। ବର୍ତ୍ତମାନ ସୁଧା ୧୮୮୨ ଜଣ ଟିକା ନେଇସାରିଲେଣି। ଏବେ ୩୧୯୩ କେନ୍ଦ୍ରରେ ଟିକାକରଣ ଚାଲୁ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୩୧୯୩ ଟୀକା କାରଣ କେନ୍ଦ୍ରରୁ ୯୩୯ ଟି କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଟୀକା କାରଣ କେନ୍ଦ୍ର କରାଯାଇଛି। ସବୁ ଟୀକାକରଣ କେନ୍ଦ୍ରରେ ସୁରୁଖୁରୁରେ ଟିକାକରଣ ଚାଲିଛି। ଗଣ ଶିକ୍ଷା ବିଭଗ ସହିତ ସ୍ୱାସ୍ଥ୍ୟ ବିଭଗର ଆଲୋଚନା ହୋଇଛି। ଯେଉଁ ସ୍କୁଲରେ ସୁବିଧା ଥିବ ସେହି ସ୍କୁଲରେ ମଧ୍ୟ ଟିକାକରଣ କେନ୍ଦ୍ର ଖୋଲାଯିବ।  ପ୍ରତି ସ୍କୁଲ ଓ କଲେଜରେ କେତେ ପିଲା ଅଛନ୍ତି ଟିକା ନେବା ପାଇଁ ତାର ତାଲିକା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Exit mobile version