ଦେଶସ୍ୱାସ୍ଥ୍ୟ

ଟିକାକରଣ ଯୋଗୁ ସୃଷ୍ଟି ହୋଇଛି କରୋନାର ନୂଆ ଭାରିଆଣ୍ଟ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୬.୦୫.୨୦୨୧: ସାରା ବିଶ୍ଵରେ କରୋନାକୁ ହରାଇବା ପାଇଁ ଜାରି ରହିଛି ଟିକାକରଣ ଅଭିଯାନ। କିନ୍ତୁ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ଏହିଭଳି ସମୟରେ ଫ୍ରାନ୍ସର ନୋବେଲ ପୁରସ୍କାର ବିଜେତା ପ୍ରଫେସର୍ ଲ୍ୟୁକ୍ ମଣ୍ଟେଗନିୟର୍ ଦାବି କରିଛନ୍ତି ନୂଆ ଭାରିଆଣ୍ଟ ସୃଷ୍ଟି କରିବାରେ କରୋନା ଭ୍ୟାକସିନ୍ ମୁଖ୍ୟ କାରଣ।

ପ୍ରଫେସର୍ ଲ୍ୟୁକ୍ ମଣ୍ଟେଗନିୟର ଜଣେ ଭାଇରୋଲୋଜିଷ୍ଟ। ୨୦୦୮ରେ ସେ ନୋବେଲ୍ ପୁରସ୍କାର ଜିତିଥିଲେ। ସୋଶାଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ସେ ଦାବି କରିଛନ୍ତି ନୂଆ ଭାରିଆଣ୍ଟ ସୃଷ୍ଟି କରିବାରେ ମୁଖ୍ୟ କାରଣ କରୋନା ଭ୍ୟାକସିନ୍। ମହାମାରୀ ବୈଜ୍ଞାନିକଙ୍କୁ ଏ ସମ୍ପର୍କରେ ଭଲଭାବେ ଜଣା। ହେଲେ ସେମାନେ ଚୁପ୍ ରହିଛନ୍ତି। ପ୍ରଫେସର୍ ଲ୍ୟୁକ୍ ଏହି ଘଟଣାକୁ ‘ଆଣ୍ଟିବଡି-ଡିପେଡେଣ୍ଟ ଏନହାନ୍ସମେଣ୍ଟ’ କହିଛନ୍ତି।

ପ୍ରଫେସର ଲ୍ୟୁକ୍ ଏକ ସାକ୍ଷାତକାରରେ କହିଥିଲେ ଟିକାକରଣ ଯୋଗୁ ନୂଆ ନୂଆ ଭାରିଆଣ୍ଟ ଉତ୍ପନ୍ନ ହେଉଛି। ତାଙ୍କୁ ପଚରାଯାଇଥିଲା ଜାନୁଆରୀରୁ ଟିକାକରଣ ଆରମ୍ଭ ହେବା ପରଠାରୁ ସଂକ୍ରମଣର ନୂଆ ନୂଆ ମାମଲା ଏବଂ ଏଥିରୁ ହେଉଥିବା ମୃତ୍ୟୁ ସଂଖ୍ୟା ଲଗାତର ବଢ଼ୁଛି। ସେ କହିଥିଲେ କରୋନାର ଟିକାକରଣ ଅଭିଯାନ ଏକ ‘ଅସ୍ୱୀକାର୍ଯ୍ୟ ଭୁଲ୍‌’। ସାମୂହିକ ଟିକାକରଣ ବୈଜ୍ଞାନିକ ଓ ଚିକିତ୍ସାଜନିତ ତ୍ରୁଟି। ଭ୍ୟାକସିନ୍ ଆଣ୍ଟିବଡି ପ୍ରସ୍ତୁତ କରିଥାଏ। ଯାହା ଭାଇରସକୁ ଦ୍ୱିତୀୟ ବାଟ ଖୋଜିବା କିମ୍ବା ମରିବା ପାଇଁ ବାଧ୍ୟ କରିଥାଏ। ଏହି କାରଣରୁ ମଧ୍ୟ ନୂଆ ଭାରିଆଣ୍ଟ ସୃଷ୍ଟି ହୋଇଥାଏ।

ପ୍ରତ୍ୟେକ ଦେଶରେ ବର୍ତ୍ତମାନ ସମାନ ପରିସ୍ଥିତି। କରୋନା କାରଣରୁ ମୃତ୍ୟୁର ଗ୍ରାଫ୍ ସହିତ ଟିକାକରଣର ଗ୍ରାଫ୍ ଚାଲିଛି। ଭ୍ୟାକସିନ୍ ନେବା ପରେ ଯେଉଁ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ସହ ଏହି ପ୍ରୟୋଗ କରାଯାଉଛି। ଏଥିସହ ଟିକାକରଣ ଦ୍ୱାରା କରୋନାର ନୂଆ ଭାରିଆଣ୍ଟ ସୃଷ୍ଟି ହେଉଛି ଯାହା ଭ୍ୟାକସିନ୍ ପ୍ରତିରୋଧକ ଅଟେ।

ପ୍ରଫେସର୍ ମଣ୍ଟେଗନିୟର ଚଳିତ ବର୍ଷ ଏପ୍ରିଲରେ କହିଥିଲେ କରୋନା ଭାଇରସ୍ ଲ୍ୟାବରେ ପ୍ରସ୍ତୁତ କରାଯାଇଥିବା ଭାଇରସ୍। ଏହାଏକ ମାନବ ପ୍ରସ୍ତୁତ ଭାଇରସ୍। ଅନ୍ୟପକ୍ଷରେ ମାର୍ଚ୍ଚରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦାବି କରିଥିଲା ଉହାନ୍ ଲ୍ୟାବରୁ କରୋନା ଭାଇରସ୍ ବ୍ୟାପିନାହିଁ। ଏହା ପଶୁଠାରୁ ମଣିଷକୁ ବ୍ୟାପିଛି। ତେବେ କରୋନା ଭାଇରସର ଉତ୍ପତି କେଉଁଠୁ ହେଲା ତାହା ଏବେବି ରହସ୍ୟ ଘେରରେ ରହିଛି।

Show More
Back to top button