ସତ୍ୟଶିଖା (ଭୁବନେଶ୍ୱର) ୧୬/୦୧/୨୦୨୧ : ସାରାଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି । ଏହାପରେ ରାଜ୍ୟରେ ମଧ୍ୟ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି । ତେବେ ସମ୍ ହସ୍ପିଟାଲରେ ପ୍ରଥମେ ଟିକା ନେଇଛନ୍ତି ସୋଆ କୁଳପତି ଅଶୋକ ମହାପାତ୍ର । ଟିକା ନେବା ପରେ ୩୦ ମିନିଟ୍ ଅବରଜରଭେସନ୍ରେ ରଖାଯାଇଛି । ଟିକାକରଣ ପାଇଁ ସମ୍ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ଟିକାକରଣ ପାଇଁ ୬ଟି ହସ୍ପିଟାଲ ଚୟନ କରାଯାଇଛି । ସେଥିମଧ୍ୟରୁ ସମ୍ ହ୍ସପିଟାଲ ରହିଛି ।
ସମ୍ ହସ୍ପିଟାଲ ରେ ଆରମ୍ଭ ହେଲା ଟିକାକରଣ
