ନ୍ୟୁଜ୍

ଉତ୍ତରାଖଣ୍ଡରେ ଅଦିନିଆ ପ୍ରକୃତିର ତାଣ୍ଡବ , ପ୍ରବଳ ବର୍ଷାରେ ଭୂସ୍ଖଳନ ସହ ଭୟଙ୍କର ସ୍ଥିତି ।

ସତ୍ୟଶିଖା :୦୫./୦୫/୨୦୨୫:ଭୂସ୍ଖଳନ ହେତୁ ଅନେକ ସ୍ଥାନରେ ଗଛ ଉପୁଡି ପଡିଥିଲା । ତେବେ ବର୍ଷା ଯୋଗୁଁ, ଋଷିକେଶ-ବଦ୍ରିନାଥ ରାଜପଥର ଶିବପୁରୀ ନିକଟରେ ପାହାଡର ଏକ ବଡ଼ ଅଂଶ ଖସିପଡ଼ି ରାସ୍ତା ଅବରୋଧ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଯାନବାହାନ ଚଳାଚଳରେ ବାଧା ହୋଇଥିଲା । ରାସ୍ତା ଅବରୋଧ ହେତୁ ରାସ୍ତାର ଉଭୟ ପାର୍ଶ୍ୱରେ ଲମ୍ବା ଧାଡିରେ ଅଟକି ରହିଛଥିଲା ଗାଡି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନି ।  ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପହଞ୍ଚି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଡେରାଡୁନର ଅନେକ ସ୍ଥାନରେ ପ୍ରବଳ ବର୍ଷାର ପ୍ରଭାବ ଦେଖିବାକୁ ମିଳିଥିଲା । ନଦୀ କୂଳରେ ପିକନିକ୍ କରୁଥିବା ଅନେକ ଲୋକ ସମୟ ମଧ୍ୟରେ ନିଜକୁ ରକ୍ଷା କରିଥିଲେ। ଭିଡିଓ ଫୁଟେଜରେ ଦେଖାଯାଉଛି ଯେ ସନ୍ଧ୍ୟା ୫:୩୦ ସମୟରେ ମାଲଦେବତା ନିକଟରେ ମେଘ ଫାଟିବା ଯୋଗୁଁ ସୋଙ୍ଗ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା । କିନ୍ତୁ ସମସ୍ତେ ସୁରକ୍ଷିତ ଥିବା କୁହାଯାଉଛି।

Show More
Back to top button