ସତ୍ୟଶିଖା ୨୨/୦୧/୨୦୨୧ : ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ବାଳିକା ଦିବସ ଉପଲକ୍ଷେ ଜାନୁଆରୀ ୨୪ ତାରିଖରେ ଗୋଟିଏ ଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ୱତ ଏନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ସୃଷ୍ଟି ଉତ୍ତରାଖଣ୍ଡରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ । ବିଭାଗର ଅଧିକାରୀମାନେ ଯୋଜନାକୁ ନେଇ ତାଙ୍କୁ ୫ ମିନିଟର ଏକ ରିପୋର୍ଟ ଦେବେ ।
ସୃଷ୍ଟି ଏବେ ବାଲ୍ ବିଧାନସଭାର ମୁଖ୍ୟମନ୍ତ୍ରୀ ଅଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଛାତ୍ରୀ ଓ ବାଳିକାଙ୍କୁ ସଶକ୍ତକରଣ କରିବା । ଜାନୁଆରୀ ୨୪ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ, ଜଳ ସେଚନ ବିଭାଗ ଓ ମହିଳା ସଶକ୍ତକରଣ ବିଭାଗର ସଚିବମାନେ ରହିବେ । କାର୍ଯ୍ୟକ୍ରମରେ ସୃଷ୍ଟିଙ୍କୁ ୧୦୮ ଆମ୍ବୁଲାନ୍ସ, ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ଅଟଳ ଆଦର୍ଶ ବିଦ୍ୟାଳୟ, ରାଜଧାନୀ ସାମାନ୍ୟ ପ୍ରଶାସନ ସଚିବ, ଗ୍ରାମ୍ୟ ବିକାଶ ବିଭାଗର ନିର୍ଦ୍ଦେଶକ, ଡେରାଡୁନର ଜିଲ୍ଲାପାଳ, ଶିଳ୍ପ ବିଭାଗର ସତିବ, ପୋଲିସ ଡିଜି ଆଦି ୫-୫ ମିନିଟରେ ରିପୋର୍ଟ ପ୍ରଦାନ କରିବେ ।