ଉତ୍କଳ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମିଶନ ଅଲଆଉଟ୍ ,ବସ୍ତି ଖାଲି ନୋଟିସ୍ ଜାରି l

ସତ୍ୟଶିଖା ୧୨/୦୯/୨୦୨୫ :ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଏମସି ମିଳିତ ଭାବରେ ଘର କାନ୍ଥରେ ଲଗାଇଛି ନୋଟିସ। ନୋଟିସ୍ ଆଧାରରେ ଅନେକ ଘର ଖାଲି କରାଯାଇଥିବା ବେଳେ ଅନେକ ଘର ଏପର୍ଯ୍ୟନ୍ତ  ଜବରଦଖଲରେ ରହିଛି । ଏପର୍ଯ୍ୟନ୍ତ ବସ୍ତି ଖାଲି ହୋଇନାହିଁ।  ୪୦୦ ଏକର ଜମିରେ ଛିଡ଼ା ହୋଇଥିବା ଉତ୍କଳ ବିଶ୍ଵବିଦ୍ୟାଳୟର କ୍ୟାମ୍ପସ ରହିଛି ବସ୍ତିବାସିନ୍ଦାଙ୍କ କବ୍ ଜାରେ ।

ଏପରିକି ଭୁବନେଶ୍ବର ମହାନଗର ନିଗମ ପଟ୍ଟା ମଧ୍ୟ ଦେଇଛି। ଜାଗା ମିଶନ ବୋର୍ଡ ମାରି ଆଦର୍ଶ କଲୋନୀ ମଧ୍ୟ ଲେଖିଛି। ଖୋଦ୍ ବସ୍ତିରେ ରହୁଥିବା ଲୋକ ଗଣମାଧ୍ୟମ ଆଗରେ କହିଛନ୍ତି। ଗୋଟିଏ କି ଦୁଇଟି ବସ୍ତି ନୁହେଁ ବାଣୀବିହାର ଭିତରେ ୫ରୁ ଅଧିକ ବସ୍ତି ଗଢ଼ିଉଠିଛି । କିଏ ଏମାନଙ୍କୁ ସାହାସ ଦେଲା? ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସଂପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଏମ୍ ସିକୁ ଅବଗତ କରାଉଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ୍।

ଉତ୍କଳ ବିଶ୍ବବିଦ୍ୟାଳୟ ଭିତରେ କେମିତି ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ପଟ୍ଟା ମିଳିଛି ତାକୁ ନେଇ  ପ୍ରଶ୍ନ ଉଠିଛି । ଅଳକା ମାର୍କେଟ୍ ଅଞ୍ଚଳରେ ୩ରୁ ଅଧିକ ବସ୍ତି ରହିଛି I ଶ୍ରୀରାମ ନଗର, ମଙ୍ଗଳା ବସ୍ତି , ପଥରବନ୍ଧ ବସ୍ତି, ତ୍ରିନାଥ ବସ୍ତି ଭଳି ଅନେକ ବସ୍ତି ରହିଛି କ୍ୟାମ୍ପସ ଭିତରେ। ଏଠାରେ ପ୍ରାୟ ୫ହଜାରରୁ ଅଧିକ ଲୋକ ମଧ୍ୟ ରହୁଛନ୍ତି । ଏଠାକୁ ପାନୀୟ ଜଳର ସୁବିଧା ସଂଯୋଗ ମଧ୍ୟ ଦିଆଯାଇଛି।

ସେମାନଙ୍କର ଭୋଟର ତାଲିକା ମଧ୍ୟ ରହିଛି। ପ୍ରତି ନିର୍ବାଚନରେ ନିଜର ମତଦାନ କରୁଛନ୍ତି।  ଭୋଟ ବ୍ୟାଙ୍କ ପାଇଁ ସେମାନଙ୍କୁ ବିଶ୍ଵବିଦ୍ୟାଳୟର ଜମିକୁ ଟେକି ଦିଆଯାଇଛି ।   ୪୦୦ ଏକର ଜମିରୁ ପ୍ରାୟ ୧୦୦ ଏକର ଜମି ଜବରଦଖଲରେ ରହିଛି। କେବଳ ଏତିକି ନୁହେଁ ଏସବୁ ବସ୍ତିରେ ନିଶା କାରବାର ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

Exit mobile version