ସତ୍ୟଶିଖା (ଭୁବନେଶ୍ୱର ) ୨୮.୦୨.୨୦୨୩ : ସୁନ୍ଦର ତ୍ୱଚା ଏବଂ କେଶ କିଏ ନ ଚାହେଁ। ସମସ୍ତେ ଚାହାନ୍ତି। ସୁନ୍ଦର ତ୍ୱଚା ପାଇବାକୁ ଆମେ ସବୁ ପ୍ରକାର ଉପାୟ ଆପଣାଇଥାଉ। ସୁନ୍ଦର ତ୍ୱଚା ପାଇବା ପାଇଁ ବହୁ ପ୍ରକାର କସମେଟିକ ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ବ୍ୟୟସାପେକ୍ଷ ସ୍କିନ ଚିକିତ୍ସା ମଧ୍ୟ କରିଥାନ୍ତି। କିନ୍ତୁ ଏଥିରେ ସ୍କିନ ଖରାପ ହୋଇଯାଇଥାଏ। ସ୍କିନରେ ରିଙ୍କଲସ ମଧ୍ୟ ଆସିଯାଇଥାଏ। ଏସବୁରୁ ବଞ୍ଚିବାପାଇଁ ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯେଉଁଥିରେ ଆପଣ ନିହାତି ଲାଭବାନ ହେବେ। ଏବଂ ଏକ ସୁନ୍ଦର ତ୍ୱଚା ପାଇପାରିବେ।
ସୁନ୍ଦର ସ୍କିନ ପାଇବାକୁ ଫ୍ରୁଟ୍ସର ବ୍ୟବହାର ତ କରିଥାନ୍ତି । ଆଜି ଆମେ ଆପଣଙ୍କୁ କିଛି ଫୁଲ ବିଷୟରେ କହିବୁ ଯାହା ଆପଣଙ୍କ ତ୍ୱଚାକୁ ଔଜଲ୍ୟ ଦେବ। ଏହି ଫୁଲ ଗୁଡ଼ିକ ଆପଣ ହାତପାହାନ୍ତାରେ ପାଇପାରିବେ।
ସୂର୍ଯ୍ୟମୁଖୀ ଫୁଲ: ସୂର୍ଯ୍ୟମୁଖୀର କିଛି ଫୁଲ ତୋଳି ଆଣି ତାକୁ ଖରାରେ ଶୁଖାନ୍ତୁ। ଯେବେ ଶୁଖି ଯିବ ତାର ଶୁଖା ପାଖୁଡା ରଖି ସେଥିରେ କିଛି ଗୋଲାପ ଜଳ ଏବଂ କଞ୍ଚା କ୍ଷୀର ଦେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତା’ପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ୧୦ ମିନିଟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଦେଖିବେ ମୁହଁ କେମିତି ଚମକୁଛି।
ଗୋଲାପ: ଗୋଲାପ ଫୁଲ କଥା କଣ କହିବା ଏହି ଫୁଲର ଯେତେ ତାରିଫ କଲେ ସେତିକି କମ ହେବ। ଗୋଲାପ ପାଖୁଡା ମୁହଁ ସହ ଗୋଲାପୀ ଓଠ କରିବାପାଇଁ ରାମବାଣ। ଗୋଲାପ ଫୁଳ ମଶ୍ଚରାଇଜିଂ ପାଇଁ ମଧ୍ୟ କାମ ଦେଇଥାଏ। ଏହାର ପାଖୁଡ଼ାକୁ ନେଇ ଗୋଲାପଜଳ ପ୍ରସ୍ତୁତ କରନ୍ତୁ। ଏହା ସ୍କିନକୁ ଶୀତଳ କରିଥାଏ।
କଇଁ ଫୁଲ: ବହୁ ଦିନର ବ୍ରଣ ସମସ୍ୟାକୁ କଇଁ ଫୁଲ ଦୂର କରିଥାଏ। ତ୍ୱଚାରେ ଥିବା ରେଡନେସ, ରାସେସ, ପିମ୍ପଲ୍ସ ପାଇଁ ଏହି ଫୁଲ ବେଶ ଲାଭଦାୟକ। ଏହି ଫୁଲର ପାଖୁଡାନେଇ ଏକ ପେଷ୍ଟ ପ୍ରସ୍ତୁତ କରି ମାସ୍କ କରି ମୁହଁରେ ଲଗାନ୍ତୁ। ଆପଣ ନିଜେ ଜାଣିପାରିବେ ଏହାର କମାଲ।
ପଦ୍ମଫୁଲ: ଗୋଲାପ ଫୁଲ ଭଳି ପଦ୍ମ ଫୁଲ ମଧ୍ୟ ତ୍ୱଚା ପାଇଁ ବେଶ ଭଲ। ଏହା ତ୍ୱଚାକୁ ଥଣ୍ଡା ରଖିଥାଏ। ଏହି ଫୁଲରେ ଆଣ୍ଟିମାଇକ୍ରୋବ୍ରିୟଲ ଗୁଣ ରହିଛି। ପଦ୍ମ ଫୁଲରେ ପ୍ରସ୍ତୁତ ଫେସ ମାସ୍କ ତ୍ୱଚାକୁ ନିଖାର ଦେଇଥାଏ। ଏହା ସହ ଏହି ଫୁଲରେ ଆଣ୍ଟି ଏଜିଂ ଗୁଣ ପ୍ରଚୁର ମାତ୍ରାରେ ରହିଛି। ସେଥିପାଇଁ ବିଭିନ୍ନ ପାର୍ଲରରେ ବିଭିନ୍ନ ପ୍ରକାର ଲୋଟସ ବା ପଦ୍ମ ଫୁଲର ମାସ୍କ ବହୁଳ ବ୍ୟବହାର କରାଯାଉଛି।
ମନ୍ଦାର ଫୁଲ: ମନ୍ଦାର ଏକ ଏମିତି ଗଛ ଯାହାର ବହୁ ପ୍ରକାର ଔଷଧୀୟ ଗୁଣ ରହିଛି। ଏହାର ପତ୍ର, ଫୁଲ ଆପଣଙ୍କ ତ୍ୱଚା ଏବଂ କେଶ ପାଇଁ ରାମବାଣ ସଦୃଶ ହୋଇଥାଏ। ଏହାର ଫୁଲ ଏବଂ ପତ୍ରରେ ଭିଟାମିନ ସି, କ୍ୟାଲସିୟମ, ଫସଫରସ ଏବଂ ଆଇରନରେ ଭରପୁର ରହିଛି। ଏହାର ପତ୍ରକୁ ପେଷ୍ଟ କରି କେଶରେ ଲଗାଇଲେ କେଶରେ ଚମକ ଆସିବା ସହ କେଶ ସିଲକ୍ ମଧ୍ୟ ହୋଇଥାଏ। ଆପଣ ନଡ଼ିଆ ତେଲରେ ମହାର ଫୁଲକୁ ଫୁଟାଇକି ବ୍ୟବହାର କଲେ କେଶ ମଜଭୁତ ହୋଇଥାଏ।
ମଲ୍ଲୀ ଫୁଲ: ମଲ୍ଲୀ ଫୁଲକୁ ଫୁଟାଇକି ଏହାର ପାଣିକୁ ଆପଣ ବ୍ୟବହାର କରନ୍ତୁ। ମଲ୍ଲୀ ଫୁଲରେ ତେଲ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହା ବ୍ରଣ ସମସ୍ୟା, ଇରିଟେଶନ, ସନବର୍ନ ଭଳି ସମସ୍ୟା ଦୂର ହୋଇଥାଏ। ଏହି ଫୁଲରେ ପ୍ରସ୍ତୁତ କରାଯାଇଥିବା ପେଷ୍ଟ ସେନ୍ସିଟିଭ ସ୍କିନ ପାଇଁ ବେଶ ଲାଭଦାୟକ ହୋଇଥାଏ।