

ସତ୍ୟଶିଖା( କଣ୍ଟାବାଞ୍ଜି )୦୬.୦୪.୨୦୨୨ : ଫରେଷ୍ଟ ପ୍ଲାଣ୍ଟଟେସନରେ ନିଆଁ ଲଗାଇଲେ ଦୁର୍ବୁତ୍ତ। ବଲାଙ୍ଗୀର କଣ୍ଟାବାଞ୍ଜି ଫରେଷ୍ଟ ପ୍ଲାଣ୍ଟଟେସନରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ଦୁଇ ଶହ ଗଛ ପୋଡିଯାଇ ନଷ୍ଟ ହୋଇଛି। କଣ୍ଟାବାଞ୍ଜି ରେଞ୍ଜ ଅଧୀନ ଅଧିନସ୍ଥ ସହରର କେଭି ଡିଗ୍ରୀ କଲେଜ ପଛ ପଟେ ଗତ ବର୍ଷ ବନ ବିଭାଗ ପକ୍ଷରୁ ହଜାରେ ଗଛ ପ୍ଲାଣ୍ଟଟେସନ କରାଯାଇଥିଲା। ହେଲେ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏହା ଭିତରକୁ ପଶି ନିଆଁ ଲଗାଇ ଦେଇଥିବା ଜଣାପଡିଛି।
ଖବର ପାଇ କଣ୍ଟାବାଞ୍ଜିର ଅଗ୍ନିଶମ ବିଭାଗ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପରେ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବନମାଳୀଙ୍କ ସହ ପାରା ସ୍କ୍ୱାର୍ଡ଼ ଟିମ ପହଞ୍ଚି ଏହାର ତଦନ୍ତ କରିଛନ୍ତି।