ଜୀବନମନ୍ତ୍ରରୂପସଜ୍ଜା

କେଶ,ତ୍ୱଚା ପାଇଁ ତେଜପତ୍ରର ବ୍ୟବହାର

ସତ୍ୟଶିଖା ୧୨/୦୨/୧୦୨୧ : ତେଜପତ୍ରର ବ୍ୟବହାର କେବଳ ଖାଦ୍ୟରେ ବ୍ୟବହାରରେ ସୀମିତ ନୁହେଁ । ବହୁ ଲୋକେ ହୁଏତ ଏହାର ଅନ୍ୟ ବ୍ୟବହାର ବିଷୟରେ ଜାଣିଥିବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତେଜପତ୍ରର ବ୍ୟବହାର ତ୍ୱଚା , କେଶ ପାଇଁ ମଧ୍ୟ କରିପାରିବେ । ଜାଣନ୍ତୁ ଏହାର ବ୍ୟବହାର ବିଷୟରେ……
ତ୍ୱଚାରେ ଥିବା ଦାଗ,ବ୍ରଣ ଦୂର ପାଇଁ ତେଜପତ୍ର ଖୁବ ଲାଭଦାୟକ । ତେଜପତ୍ରକୁ ପେଷି ଏହାର ମିଶ୍ରଣକୁ ମୁହଁରେ ଲଗାଇବା ସହ ତେଜପତ୍ରକୁ ପାଣିରେ ପକାଇ ଫୁଟାଇ, ଏହି ପାଣିକୁ ଥଣ୍ଡା କରି ମୁହଁ ଧୁଅନ୍ତୁ। ଏହା ଖୁବ ଲାଭଦାୟକ ।
ଏହା ମୁହଁର ସନ୍‍ ଟ୍ୟାନ ମଧ୍ୟ ଦୂର କରିଥାଏ । ତ୍ୱଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ ।
କେଶକୁ ନରମ, ରେଶମୀ ଓ ଚମକ ବୃଦ୍ଧି ପାଇଁ ତେଜପତ୍ରର ବ୍ୟବହାର କରନ୍ତୁ । ଆପଣ ନିଜ ଇଚ୍ଛା ଅନୁଯାୟୀ , ଏହାକୁ ତେଲରେ ପକାଇ କିଛି ଘଣ୍ଟା ରଖିବା ପରେ ବ୍ୟବହାର କରିପାରିବେ । ତେଜପତ୍ରକୁ ପାଣିରେ ପକାଇ ଫୁଟାଇ, ଏହି ପାଣିକୁ ଥଣ୍ଡା କରି କେଶ ଧୋଇ ପାରିବେ ।
ତେଜପତ୍ରକୁ ପେଷି ଏହାକୁ ଦହିରେ ମିଶାଇ କେଶରେ ଲଗାନ୍ତୁ । ଏହାଦ୍ୱାରା କେଶର ଶୁଷ୍କପଣ ଦୂର ହୋଇଥାଏ । କେଶ ସୁସ୍ଥ ମଧ୍ୟ ରହିଥାଏ ।
ତେଜପତ୍ରକୁ ଶୁଖାଇ ଗୁଣ୍ଡ କରି ଏହାକୁ ଦାନ୍ତ ଘଷିବାରେ ବ୍ୟବହାର କରନ୍ତୁ । ଏହାଦ୍ୱାରା ଦାନ୍ତ ସଫା ସହ ଏହାର ଚମକ ବୃଦ୍ଧି ପାଇଥାଏ ।

Show More
Back to top button