ସତ୍ୟଶିଖା( ୱାଶିଂଟନ)୧୯.୦୨.୨୦୨୨ :ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଉତ୍ତେଜନା ଜାରି ରହିଛି । ୟୁକ୍ରେନ୍ କହିଛି ଯେ, ରୁଷିଆର ସେନା ୟୁକ୍ରେନ୍ର ସେନା ଉପରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଛି । ଏହାରି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷିଆକୁ ଚେତାବନୀ ଦେଇଛନ୍ତି । ବାଇଡେନ କହିଛନ୍ତି ଯେ, ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ । ଏବେ ବି ବିଳମ୍ବ ହୋଇନାହିଁ । ରୁଷିଆ ଏବେବି କୁଟନୈତିକ ମାଧ୍ୟମରେ ସମସ୍ୟାର ସମାଧାନ କରିପାରିବ । ଏବେବି ଟେବୁଲରେ ବସି ଏହି ପ୍ରସଙ୍ଗରେ ଚର୍ଚ୍ଚା କରାଯାଇପାରିବ । ରୁଷିଆ-ୟୁକ୍ରେନ୍ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ମଧ୍ୟରେ ବାଇଡେନ ଶନିବାର ଗୋଟିଏ ପରେ ଗୋଟିଏ ଟୁଇଟ୍ କରିଚାଲିଛି । ସେ କହିଛନ୍ତି ଯେ, ଦକ୍ଷିଣରେ ରୁଷିଆର ସୈନିକ ଏବେବି ମୁତୟନ ଅଛନ୍ତି । ୟୁକ୍ରେନକୁ ଘେରିକି ରଖିଛନ୍ତି । ଏଭଳି ହେଲେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଆମର ସହଯୋଗୀ ୟୁକ୍ରେନକୁ ସମର୍ଥନ ଜଣାଇବ । ପଶ୍ଚିମ ଦେଶ ଏହି ପ୍ରସଙ୍ଗରେ ଏକଜୁଟ ଅଛନ୍ତି । ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କଲେ ଆମେ ରୁଷିଆ ଉପରେ କଡ଼ାକଟକଣା ଲଗାଇବାକୁ ପ୍ରସ୍ତୁତ ଅଛୁ ।
ୟୁକ୍ରେନ୍ ସଂକଟ ନେଇ ରୁଷିଆକୁ ଶେଷ ଚେତାବନୀ ଦେଲା ଆମେରିକା!
