ଦେଶନ୍ୟୁଜ୍ବିଦେଶ

ଭାରତରେ‌ ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ।

ସତ୍ୟଶିଖା :୨୧/୦୪/୨୦୨୫:୪ ଦିନିଆ ଭାରତ ଗସ୍ତରେ ଆସି ପୂର୍ବାହ୍ନ ୧୦ଟା ରେ ପାଲମ ବିମାନବନ୍ଦରରେ ପହଞ୍ଚିଲେ । ତାଙ୍କ ସହ ପତ୍ନୀ ଉଷା ଭାନ୍ସ ଓ ତିନି ସନ୍ତାନ ମଧ୍ୟ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଏଥିପାଇଁ ପୁରା ହାଇ ସିକ୍ୟୁରିଟିରେ ପୁରା ଦିଲ୍ଲୀ ।

ଖବର ମୁତାବକ, ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ।  ସୋମବାର ସକାଳ ୧୦ଟାରେ ଜେ ଡି ଭାନ୍ସ ଦିଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କ ସହ ପତ୍ନୀ ଉଷା ଭାନ୍ସ ଓ ତିନି  ସନ୍ତାନ ମଧ୍ୟ ଭାରତ ଆସିଛନ୍ତି। ଏୟାରପୋର୍ଟ ତାଙ୍କୁ ଭବ୍ୟସ୍ବାଗତ କରାଯିବା ସହ ଗାର୍ଡଅଫ୍ ଅନର ଦିଆଯାଇଥିଲା ଏହାପରେ ଅକ୍ଷରଧାମ ମନ୍ଦିର ଯାଇ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ପାରମ୍ପରିକ ଭାରତୀୟ ହସ୍ତଶିଳ୍ପ  ଦେଖିବାକୁ ସେ କୌଣସି ସପିଙ୍ଗ୍‌ କମ୍ପେ୍ଲକ୍ସ ଯିବେ । ଏହି ଗସ୍ତ  ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଦେଶ ମନ୍ତ୍ରୀ  ଏସ୍‌ ଜୟଶଙ୍କର, ଏନ୍‌ଏସ୍‌ଏ ଅଜିତ ଡୋଭଲ, ବିଦେଶ  ସଚିବ ବିକ୍ରମ ମିସ୍ରି ପ୍ରମୁଖଙ୍କୁ ସାକ୍ଷାତ କରିବେ । ତାଙ୍କ ପାଇଁ ମୋଦି ଡିନର ଆୟୋଜନ କରିବେ । ଏହାପରେ ସୋମବାର  ରାତିରେ ହିଁ ଭାନ୍ସ ଜୟପୁର ଯାତ୍ରା କରିବେ।

Show More
Back to top button