ଦେଶବିଦେଶ

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତକୁ ନେଇ ଶୋକପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସତ୍ୟଶିଖା ( ନୂଆଦିଲ୍ଲୀ  ) ୨.୦୯.୨୦୨୦ :  ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତକୁ ନେଇ ଶୋକପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ଭାରତ ଜଣେ ମହାନ ନେତାଙ୍କୁ ହରାଇଛି । ମୁଁ ତାଙ୍କ ପରିବାର ଓ ଭାରତର ସମସ୍ତ ଲୋକଙ୍କ ପ୍ରତି ସମବେଦନା ଜଣାଉଛି । ଏ ନେଇ ଟ୍ରମ୍ପ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । କେବଳ ଆମେରିକା ନୁହେଁ, ଚୀନ ମଧ୍ୟ ପ୍ରବଣ ମୁଖାର୍ଜୀଙ୍କ ଦେହାନ୍ତଙ୍କୁ ନେଇ ଦୁଃଖପ୍ରକାଶ କରିଛି । ଚୀନର କହିବା ଅନୁସାରେ, ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ରାଷ୍ଟ୍ରପତିତ୍ୱ ସମୟରେ ଭାରତ-ଚୀନ ସମ୍ପର୍କ ସୁଦୃଢ ହୋଇଥିଲା । ଭାରତ-ଚୀନ ସମ୍ପର୍କକୁ ନେଇ ଭାରତ ଏକ ବଡ଼ ରାଜନେତାକୁ ହରାଇଥିବା କହିଛି ଚୀନର ବୈଦେଶିକ ମନ୍ତ୍ରାଳୟ ।

ସେହିପରି ୟୁଏସ୍ ଇଣ୍ଡିଆ ବିଜନେସ କାଉଂସିଲ ମଧ୍ୟ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଟ୍ୱିଟ୍ କରି ସମବେଦନା ପ୍ରକାଶ କରିଛନ୍ତି । ପ୍ରଣବ ମୁଖାର୍ଜୀ ଭାରତ-ଆମେରିକା ସମ୍ପର୍କକୁ ନେଇ ସକାରତ୍ମକ ପଦକ୍ଷେପ ଗ୍ରହଣ କରୁଥିଲେ । ଏହିପରି ଭାବେ ଅନେକ ଦେଶ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକକୁ ନେଇ ଦୁଃଖପ୍ରକାଶ କରିଛନ୍ତି ।

Show More
Back to top button