ଅପରାଧନ୍ୟୁଜ୍ରାଜ୍ୟ

ନିଜ ପାପ କାହାଣୀର ସତ ବଖାଣିଲା ଗୋବିନ୍ଦ

ସତ୍ୟଶିଖା( ବଲାଙ୍ଗିର )୨୧.୧୦ .୨୦୨୧:  ମମିତା ମେହେର ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ଓଡିଶା ।  ରିମାଣ୍ଡରେ ଆସି  ଭାବେ ନିଜ ପାପ କାହାଣୀର ସତ ବଖାଣିଛନ୍ତି ଗୋବିନ୍ଦ  ସାହୁ । ଗତକାଲି ବଂଗୋମୁଣ୍ଡା କୋର୍ଟରେ ହାଜର ହେବା ପରେ ୫ ଦିନିଆ ରିମାଣ୍ଡରେ ଆସି ଏପରି ଚାଞ୍ଚଲ୍ୟକର ତଥ୍ୟ ବଖାଣିଛି ଗୋବିନ୍ଦ। ଅନୈତିକ ପ୍ରେମ ସମ୍ପର୍କକୁ ବାହାରେ ପ୍ରଘଟ କରିଦେବାର ଧମକ କାଳ ହେଲା। ଶେଷରେ ଲୋକଲଜ୍ଜା ଭୟରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ତଣ୍ଟି ଚିପି ହତ୍ୟା କଲେ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷ ଗୋବିନ୍ଦ ସାହୁ ।  ହେଲେ ମମିତାଙ୍କୁ ହତ୍ୟା କରିବାଠୁ ଆରମ୍ଭ କରି ଶବ ପୋଡ଼ିବା ଓ ପୋତିବା ପର୍ୟ୍ୟନ୍ତ ଏ ନେଇ କାହାକୁ ଅବଗତ କରାଇ ନ ଥିଲେ ଗୋବିନ୍ଦ। ନିଜ ସାଥୀମାନଙ୍କ ଦ୍ୱାରା କାମ କରାଉଥିଲା, ହେଲେ ସେମାନଙ୍କୁ କାରନାମା ଜଣାଉ ନ ଥିଲେ।

ଗୋବିନ୍ଦକୁ କୋର୍ଟରୁ ଏସ.ପି ଅଫିସକୁ ଅଣାଯାଇ ରାତି ତମାମ ମାରାଥନ ଜେରା କରାଯାଇଥିଲା । ଖୋଦ ଉତ୍ତରାଂଚଳ ଡି.ଆଇ.ଜି ଦୀପକ କୁମାର ସେଠାରେ ଡେରା ପକାଇଥିବା ବେଳେ ତାଙ୍କ ପ୍ରଶ୍ନବାଣରେ ଗୋଟିଏ ଗୋଟିଏ ପରେ ସତର ଖୁଲାସା କରୁଛି ଗୋବିନ୍ଦ।

ଗୋବିନ୍ଦଙ୍କ କହିବାନୁଯାୟୀ,  ମମିତା ତାଙ୍କ ଗୁମର ଜାଣିଥିବା ବେଳେ ଏହା ବାହାରେ ପ୍ରଘଟ ହେଲେ ଲୋକଲଜ୍ଜା ଭୟରେ ମୁଣ୍ଡ ଟେକିପାରିବେନି ବୋଲି ତାଙ୍କୁ ଚିନ୍ତା ଘାରିଥିଲା।  ତେଣୁ ଏହାକୁ ବାହାରେ କାହାକୁ ନ କହିବାକୁ ମମିତାଙ୍କୁ ନେହୁରା ବି ହୋଇଥିଲେ। ହେଲେ ସେ ଏହାକୁ ଏଡ଼ାଇ ଯାଇଥିଲେ। ଏହାପରେ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଗୋବିନ୍ଦ।

ଶେଷ ଥର ପାଇଁ ମମିତା ସେପ୍ଟେମ୍ବର ୨୧ରେ ହଷ୍ଟେଲକୁ ଆସିଥିଲେ।  ସେହିଦିନ ହିଁ ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ ଗୋବିନ୍ଦ । କିନ୍ତୁ ମମିତା ସାଙ୍ଗମାନଙ୍କ ସହ ଥିବାରୁ ଉଦ୍ଦେଶ୍ୟ ସଫଳ ହୋଇପାରି ନ ଥିଲା। ପୁଣି ଥରେ ଘରୁ ଡକାଇ ହତ୍ୟା କରିବାର ଯୋଜନା କରିଥିଲା । ହେଲେ ସଫଳ ହୋଇପାରି ନ ଥିଲା।
ଏହାପରେ ଅକ୍ଟୋବର ୭ ତାରିଖରେ ମିଟିଂ ଅଛି କହି ୬ ତାରିଖରେ ମମିତାଙ୍କୁ ଫୋନ୍‌ କରି ଡାକିଥିଲା। ମାତ୍ର ଏହା ପୁଣିଥରେ ୮ ତାରିଖକୁ ଘୁଞ୍ଚାଇ ଦିଆଗଲା ବୋଲି କହିଥିଲେ। ଏହାପରେ ୮ ତାରିଖରେ ମମିତା ପହଞ୍ଚିବା ପରେ   ଭବାନୀପାଟଣାରେ ସପିଂ କରାଇଥିଲା ଗୋବିନ୍ଦ। ଏହାପରେ ମାଣିକେଶ୍ୱରୀ ପୀଠରେ ଗୁମର ନ ଫିଟାଇବାକୁ ଶପଥ ନେବାକୁ କହିଥିଲା। ମାତ୍ର ମମିତା ଏହାକୁ ପ୍ରତ୍ୟାଖାନ କରିଦେବାରୁ କ୍ରୋଧିତ ହୋଇପଡ଼ିଲା ଗୋବିନ୍ଦ।

ବାଟରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ କୁରସୁର ନିକଟରେ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ। ଏହାପରେ ଦିନ ପ୍ରାୟ ୧୧ଟାରେ ମମିତାଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ଗାଡ଼ିରେ ମୃତଦେହକୁ ଘରକୁ ନେଇ ଯାଇଥିଲା ଗୋବିନ୍ଦ। ଘରେ ଖାଇପିଇ ରହିଥିଲା।

। ଏହା ପୂର୍ବରୁ ଅକ୍ଟୋବର ୬ ତାରିଖରେ ମହାଲିଙ୍ଗ ଷ୍ଟାଡିୟମରେ ଗାତ ବି ଖୋଳିଦେଇଥିଲା।  ଏହାପରେ ଜେସିବି ଡ୍ରାଇଭର ରାଧେଙ୍କୁ ଫୋନ୍‌ କରି ଷ୍ଟାଡିୟମର ପଛ ଗେଟ୍‌ ଖୋଲା ରଖିବାକୁ କହିଥିଲେ। ଏହାପରେ କାର୍‌ ନେଇ ଭିତରେ ପଶିଥିଲା।  ଏପରିକି ସବୁ କିଛି ଠିକଠାକ୍‌ ଥିବାର ଅଭିନୟ କରି ଖାଇପିଇ ରହିଥିଲା।  ଉକ୍ତ ଗାତରେ କିଛି ଟାୟାର ପକାଇବାକୁ ରାଧେକୁ କହିଥିବା ବେଳେ କାଠଗଣ୍ଡି ରଖିବାକୁ ମୁନସୀକୁ କହିଥିଲେ। ଏହାବାଦ ନିଜେ କାର୍ଡବୋର୍ଡ ରଖିଥିଲେ। ଏନେଇ ରାଧେ ଓ ମୁନସୀ ପଚାରିବାରୁ ଷ୍ଟାଡିୟମର ଆବର୍ଜନା ଜିନିଷ ସେଠାରେ ପୋଡ଼ାଯିବ ବୋଲି କହିଥିଲେ। ଏହାପରେ ରାତିରେ ନିଜେ ମୃତଦେହ ପୋଡ଼ିବା ଓ ପୋତିବା କାମ କରିଥିଲେ। ହେଲେ ଏ ସମ୍ପର୍କରେ କେହି ସୁରାଗ ପାଇପାରି ନ ଥିବା ପୁଲିସ୍‌ ସମ୍ମୁଖରେ କହିଛନ୍ତି ଗୋବିନ୍ଦ।

Show More
Back to top button