
ସତ୍ୟଶିଖା (ମୁମ୍ବାଇ) ୫/୧୧/୨୦୨୦ : ଫିଲ୍ମ ଅଭିନେତ୍ରୀ ଉର୍ବଶୀ ରୌତେଲା ଅମାତୋର ଫ୍ୟାଶନ ଫିଲ୍ମରେ ଇଜିପ୍ଟର ରାଣୀ କ୍ଲିଓପାଟ୍ରା ହୋଇଛନ୍ତି । ଏଥିପାଇଁ ସେ ୫ମିଲିୟନ ଆମେରିକୀୟ ଡଲାରର ସୁନା ଡ୍ରେସ୍ ପିନ୍ଧିଛନ୍ତି । ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୭କୋଟି ୩୪ଲକ୍ଷରୁ ଅଧିକ ଟଙ୍କା । ବଲିଉଡର ଗ୍ଲାମ୍ ଗର୍ଲ ନାଁରେ ଲୋକପ୍ରିୟ ଉର୍ବଶୀ ରୌତେଲା ନିକଟରେ ନେହା କକ୍କର ଏବଂ ରୋହନପ୍ରୀତ ସିଂହଙ୍କ ବିବାହ ରିସେପ୍ସନ୍ ଆଟେଣ୍ଡ କରିଥିଲେ । ଏଠାରେ ସେ ନେହାଙ୍କଠୁ ବି ମହଙ୍ଗା ଲେହଙ୍ଗା ପିନ୍ଧିବା କଥା ସାମନାକୁ ଆସିଥିଲା ।ଏହା ଏକ ଲେଜର କଟ ଲେଦର ଲେହେଙ୍ଗା ଥିଲା,ଏହା ସହିତ ଏଥିରେ ଜରଦୋଜି କାମ କରାଯାଇଥିଲା ଏବଂ ଏଥିରେ ଓରିଜିନାଲ୍ ସ୍ବରୋସ୍କି ଲଗା ହୋଇଥିଲା । ଉର୍ବଶୀ ରେନୁ ଟଣ୍ଡନଙ୍କ ଡିଜାଇନରେ ଏହି ଡ୍ରେସ୍ ପିନ୍ଧିଥିଲେ । ଉର୍ବଶୀଙ୍କ ଡ୍ରେସ୍ ଲକ୍ଷ ଟଙ୍କାରୁ ଅଧିକ ଲାଗୁଥିଲା । ଉର୍ବଶୀଙ୍କ ଲେହେଙ୍ଗା ଏବଂ ଜୁଏଲାରୀ ମୋଟ ୫୫ଲକ୍ଷ ଟଙ୍କାର ଥିଲା । ଏବେ ପୁଣି ଥରେ ଉର୍ବଶୀ ଚର୍ଚ୍ଚାରେ ଅଛନ୍ତି ।
ଉର୍ବଶୀ ରୌତେଲା ନିଜ ଫ୍ୟାଶନ୍ ଏବଂ ଷ୍ଟାଇଲ ଦେଖାଇବାରେ କେବେ ପଛାନ୍ତି ନାହିଁ । ଏହା ବ୍ୟତୀତ ସେ ଅର୍ବନ ଦ୍ବାରା ଫିଟେଷ୍ଟ ଓ୍ବିମେନ ଅପ ଦ ଇୟର ମଧ୍ୟ ମନୋନୀତ ହୋଇଥିଲେ । ଏବେ ତାଙ୍କୁ ବିଶ୍ବର ସବୁଠୁ ସୁନ୍ଦର ଏବଂ କାମୁକ ମହିଳା କ୍ଲିଓପାଟ୍ରା ହେବା ପାଇଁ ବଛା ଯାଇଛି । ସେ ୩୭କୋଟି ଟଙ୍କାର ଡ୍ରେସ୍ ପିନ୍ଧିଛନ୍ତି । ଭାରତରେ କିଛି ଦିନ ତଳେ ଉର୍ବଶୀ ରୌତେଲାଙ୍କ ଭର୍ଜିନ ଭାନୁପ୍ରିୟା ରିଲିଜ ହୋଇଥିଲା । ଏହି ଫିଲ୍ମ କରୋନା ଭାଇରସ୍ ଯୋଗୁଁ ଡିଜିଟାଲ୍ରେ ରିଲିଜ କରାଯାଇଛି ।