ନ୍ୟୁଜ୍ରାଜ୍ୟ

ଘଡିଆଳ କୁମ୍ଭୀର ଦେହରେ ଲାଗିଲା ଟ୍ରାନ୍ସମିଟର। ମହାନଦୀରେ ଛଡାଗଲା ନନ୍ଦନକାନନର କୁମ୍ଭୀର

ସତ୍ୟଶିଖା ( ଭୁବନେଶ୍ୱର ) ୦୨ /୧୨ /୨୦୨୧:  ଘଡିଆଳ କୁମ୍ଭୀର ଦେହରେ ଲାଗିଲା ଟ୍ରାନ୍ସମିଟର । ନନ୍ଦନକାନନର ଘଡିଆଳଙ୍କୁ ମହାନଦୀରେ ଛଡାଯାଇଛି । ଘଡିଆଳଙ୍କ ଗତିବିଧି ଜାଣିବ ସାଟେଲାଇଟ୍ ଟ୍ରାନ୍ସମିଟର । ଏହା ଦ୍ୱାରା ସେମାନଙ୍କ ପ୍ରଜନନ ପୂର୍ବ ଓ ପରର ଗତିବିଧିକୁ ନେଇ ଗବେଷଣା କରାଯିବ ।
ନନ୍ଦନକାନରେ ଥିବା ମୋଟ୍ ୮ଟି ଘଡିଆଳରେ ଦୁଇଟି ପର୍ଯ୍ୟାୟରେ ଏହି ସାଟେଲାଇଟ୍ ଟ୍ରାନ୍ସମିଟର ଲଗାଯିବା ପାଇଁ ବ୍ୟବସ୍ଥା କରଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ଘଡିଆଳରେ ସାଟେଲାଇଟ୍ ଟ୍ରାନ୍ସମିଟର ଲଗାଯାଇଛି । କୁମ୍ଭୀରଙ୍କ ଦେହରେ ଟ୍ରାନ୍ସମିଟର ଲାଗିବା ଦ୍ୱାରା ତାଙ୍କର ଗତିବିଧି ଉପରେ ସହଜରେ ନଜର ରଖିହେବ । ଏହାସହିତ କୁମ୍ଭୀରଙ୍କ ଉପରେଅଧିକ ଗବେଷଣା କରିବା ମଧ୍ୟ ସହଜ ହୋଇପାରିବ ।

Show More
Back to top button