

ସତ୍ୟଶିଖା ୪.୦୯.୨୦୨୦:ଭାରତ ଏବଂ ଚୀନ୍ ସୀମାରେ ଲାଗି ରହିଥିବା ଉତ୍ତେଜନା ଏପର୍ଯ୍ୟନ୍ତ ବି ସ୍ୱାଭାବିକ ହୋଇନାହିଁ । ଗତ ଶନିବାର ଦିନ ସ୍ଥିତି ଆହୁରି ବିଗିଡ଼ି ଯିବାରୁ ଉଭୟ ଦେଶ ନିଜ ନିଜ ପାର୍ଶ୍ୱରେ ସେନା ମୁତୟନ ବୃଦ୍ଧି କରିଛନ୍ତି । ସେବେଠାରୁ ଏପର୍ଯ୍ୟନ୍ତ 4 ରାଉଣ୍ଡ ବୈଠକ ହୋଇଥିଲେ ସୁଦ୍ଧା କୌଣସି ନିର୍ଯାସ ବାହାରି ନାହିଁ । ଏହି ଉତ୍ତେଜନା କୁ ଆଖି ଆଗରେ ରଖି ଏବଂ ଚୀନ୍ର ଇତିହାସକୁ ମନେ ପକାଇ ଭାରତୀୟ ସେନା ନିଜର ମଜଭୁତ ସ୍ଥିତି ଜାହିର କରିଛି ।
29-30 ଅଗଷ୍ଟ ରାତିରେ ଚୀନ୍ ଦ୍ୱାରା ପୁଣି ଥରେ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ ହୋଇଥିଲା । ସେବେଠାରୁ ବ୍ରିଗେଡିୟର କମାଣ୍ଡର ସ୍ତରୀୟ ଚାରି ରାଉଣ୍ଡ ବୈଠକ ହୋଇ ସାରିଛି । 1 ତାରିଖ ରେ ମଧ୍ୟ ଚୀନ ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା କରି ବିଫଳ ହୋଇଛି । ଲଦାଖ ଚୁସୁଲରେ ଉଭୟ ସୈନ୍ୟବାହିନୀର ଅଧିକାରୀ ଘଣ୍ଟା ଘଣ୍ଟା ଧରି ଆଲୋଚନା ଜାରି ରଖିଥିଲେ, କିନ୍ତୁ କେହି ପରସ୍ପରର କଥା ଶୁଣିବାକୁ ରାଜି ନ ହେବାରୁ ବୈଠକ ସଫଳ ହୋଇନାହିଁ ।
ସୀମାରେ ଚୀନ ର ସବୁ ଚକ୍ରାନ୍ତ କୁ ବିଫଳ କରିବାକୁ ପ୍ରସ୍ତୁତ ହୋଇଛି, ଜମ୍ମୁ, ଉତ୍ତରାଖଣ୍ଡ, ହିମାଚଳ, ଆସାମ, ଅରୁଣାଚଳ ପ୍ରଦେଶ ସବୁଠି ଚୀନ ର ସେନା ଉପରେ ନଜର ରଖିଛି ଭାରତ । ଏହାସହ ଦକ୍ଷିଣ ଚୀନ ସାଗରରେ ଭାରତ ନିଜର ଯୁଦ୍ଧ ଜାହାଜ ନିୟୋଜିତ କରିଛି ଏହି କାରଣରୁ ଚୀନ୍ର କ୍ରୋଧ ବୃଦ୍ଧି ପାଉଛି । ପାଙ୍ଗଙ୍ଗ ଅଞ୍ଚଳରେ ଭାରତ ବ୍ଲାକ ପୋଷ୍ଟ କୁ କବଜା କରିଛି ଯେଉଁଠାରୁ ଚୀନ୍ ସେନା ଉପରେ ତୀକ୍ଷ୍ଣ ନଜର ରଖାଯାଇପାରିବ । ଅନ୍ୟପକ୍ଷରେ, ଫିଙ୍ଗର 4 ର କିଛି ଅଂଶରେ ଚୀନ୍ ବର୍ତ୍ତମାନ ମଧ୍ୟ ଉପସ୍ଥିତ ଅଛି ।
ଏହା ବ୍ୟତୀତ ଭାରତ ରେଚନା ଲା ସହିତ ନିଜର ଉପସ୍ଥିତି ଜାହିର କରିଛି, ଚୀନ୍ ଏଠାରୁ ଫେରିବା ପାଇଁ ଧମକ ଦେଇଛି । ସ୍ପେଙ୍ଗୁର ତସୋ ନିକଟରେ ଚୀନ୍ ମଧ୍ୟ ଏକ ପୋଷ୍ଟ କରିଛି । ଗତକାଲି ଭାରତୀୟ ସ୍ଥଳ ସେନା ମୁଖ୍ୟ ଏମଏମ ନରୱାନେ ଲଦାଖରେ ପହଞ୍ଚିଥିଲେ ଏବଂ ବାୟୁସେନା ମୁଖ୍ୟ ମଧ୍ୟ ସୀମା ନିକଟରେ ଥିବା ବେସ ପରିଦର୍ଶନ କରିଥିଲେ । ଚୀନ୍ ସହିତ ଚାଲିଥିବା ବିବାଦ ମଧ୍ୟରେ ଉଭୟ ସେନା ପ୍ରସ୍ତୁତି ବିଷୟରେ ପଚାରି ବୁଝିଥିଲେ ।
ସୀମାରେ ଏହି ଉତ୍ତେଜନା ମଧ୍ୟରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସମସ୍ତ ବିବାଦର ସମାଧାନ ଆଲୋଚନା ହୋଇପାରିବ । କିନ୍ତୁ ପ୍ରଥମେ ଚାଇନାକୁ ନିଜର ସେନା ପ୍ରତ୍ୟାହାର କରିବାକୁ ପଡ଼ିବ । ଏଥି ସହିତ ଏସସିଓ ବୈଠକରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟି ପାରନ୍ତି।