ଦେଶନ୍ୟୁଜ୍ବିଦେଶ

ୟୁକ୍ରେନକୁ ନେଇ ୟୁଏନଏସସିର ଜରୁରୀ ବୈଠକ, ଭାରତ ରଖିବ ବିବୃତି

ସତ୍ୟଶିଖା( ନୂଆଦିଲ୍ଲୀ )୨୨.୦୨.୨୦୨୨ :  ୟୁକ୍ରେନକୁ ନେଇ ଘନଉଛି ବିବାଦ । ଋଷ ଓ ଆମେରିକା ହୋଇପାରନ୍ତି ମୁହାଁମୁହିଁ । ଋଷ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା ପରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି । ଏହି ବୈଠକରେ ଭାରତ ମଧ୍ୟ ତାର ବିବୃତି ରଖିବ । ମିଳିଥିବା ସୂଚନା ଅନୁଯାୟୀ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଜରୁରୀକାଳୀନ ବୈଠକ ଡକାଇବାକୁ ଆମେରିକା ଏବଂ ଫ୍ରାନ୍ସ ଆବେଦନ କରିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ବିସ୍ତୃତ ଆଲୋଚନା ହେବ ।

Show More
Back to top button