ଅପରାଧଜୀବନମନ୍ତ୍ରନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ
ଅଶାନ୍ତ ସମ୍ବଲପୁର : ଫୁଟିଲା ଗୁଳି, ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ l


ସତ୍ୟଶିଖା (ସମ୍ବଲପୁର) ୧୦.୧୦.୨୦୨୦ : ଦୀର୍ଘ ଦିନ ପରେ ପୁଣି ଅଶାନ୍ତ ହୋଇଛି ସମ୍ବଲପୁର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଛି ଗୁଳି । ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୃତ୍ତ । ସମ୍ବଲପୁର ଟାଉନ ଥାନା ହାଟପଟା ଅଞ୍ଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଟାଉନ ଥାନା ହାଟପଟା ଅଞ୍ଚଳରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୃତ୍ତ । ମୃତ ଯୁବକ ଜଣଙ୍କ ଦାନିପାଲିର ବାବୁଲୁ ନାୟକ । ପୂର୍ବରୁ ବାବୁଲୁର ହତ୍ୟାକାରୀଙ୍କ ବାପାଙ୍କ ସହିତ ଝଗଡା ହୋଇଥିଲା । ତେବେ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ହତ୍ୟାକାରୀକୁ ଧରିବା ବିଭିନ୍ନ ସ୍ଥାନରେ ଛାନଭିନ ଆରମ୍ଭ କରିଛି ।