ରାୟଗଡାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ

ସତ୍ୟଶିଖା( ରାୟଗଡ଼ାର ) ୨୦.୦୮ .୨୦୨୧:  ରାୟଗଡ଼ା ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ। ଆଜି ଭୋରରୁ ହୀରାଖଣ୍ଡ ଯୋଗେ ରାୟଗଡରେ ପହଞ୍ଚିବା ପରେ ଭାରତୀୟ ଜନତା ଦଳ, ଜିଲ୍ଲାପ୍ରଶାସନ ଏବଂ ରେଳ ବିଭାଗ ପକ୍ଷରୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।
ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କ ସମେତ ରାଜ୍ୟ ସମ୍ପାଦକ ଗୋଲକ ମହାପାତ୍ର, ବିଜେପି ନେତା ଭୃଗୁ ବକ୍ସି ପାତ୍ର ରାୟଗଡରେ ପହଞ୍ଚିଛନ୍ତି। ଏହାପରେ ଅଶ୍ୱିନ ବୈଷ୍ଣବଙ୍କ ଏକ ଦଳୀୟ ଶୋଭାଯାତ୍ରାରେ ଯାଇ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ଦର୍ଶନ କରିବେ। ଏହାପରେ ସହରର ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ସର୍କିଟ ହାଉସ ଠାରେ ପିଏମଏୱାଇ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ପୂର୍ବାହ୍ଣ ୧୦ ଟାରେ ଜିଲ୍ଲାର ବରିଷ୍ଠ ଭାଜପା ନେତାମାନଙ୍କ ସହ ସାଙ୍ଗଠନିକ ଆଲୋଚନା କାର୍ଯ୍ୟକ୍ରମରେ ମନ୍ତ୍ରୀ ବୈଷ୍ଣବଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀର ସମ୍ବୋଧିତ କରିବେ ରେଳ ମନ୍ତ୍ରୀ। ଏହା ପରେ କୋରାପୁଟ ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି ।

Exit mobile version