ନ୍ୟୁଜ୍

ରାଜ୍ୟରେ ହଷ୍ଟେଲ ଫି ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଚିଠି l

ସତ୍ୟଶିଖା ( ଭୁବନେଶ୍ୱର ) ୨୭.୦୮.୨୦୨୦ :  ରାଜ୍ୟରେ ହଷ୍ଟେଲ ଫି ଛାଡ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହାସହ ସ୍କୁଲ ଫି ୫୦ ପ୍ରତିଶତ ହ୍ରାସ ପାଇଁ ଦାବି କରିଛନ୍ତି ପ୍ରତାପ ଷଡଙ୍ଗୀ । ରାଜ୍ୟରେ କରୋନା ସ୍ଥିତି ଲାଗି ରହିଥିବାରୁ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି । ଏପରିକି ଅନେକ ଲୋକଙ୍କ ପକ୍ଷେ ସ୍କୁଲ ଫି ଦେବା ଏପ୍ରକାର ଅସମ୍ଭବ ହୋଇଛି । ଏଭଳି ସ୍ଥିତିରେ ସ୍କୁଲ ଓ ହଷ୍ଟେଲ ଫି ଛାଡ଼ିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଦାବି କରିଛନ୍ତି । ଏହାସହ କରୋନା ଯୋଦ୍ଧାଙ୍କ ପିଲାଙ୍କୁ ସମସ୍ତ ସ୍କୁଲ ଫି ଛାଡ଼ କରିବାକୁ ମଧ୍ୟ ଦାବି କରିଛନ୍ତି ।

Show More
Back to top button