ଦେଶନ୍ୟୁଜ୍ବିଦେଶରାଜନୀତିରାଜ୍ୟସ୍ପେଶାଲ୍ ରିପୋର୍ଟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଏତ ଗସ୍ତରେ l

ସତ୍ୟଶିଖା (ନୂଆଦିଲ୍ଲୀ) ୧୨.୧୦.୨୦୨୦ : ୨ଦିନିଆ କୁଏତ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁଏତର ସମ୍ରାଟ ସେକ୍‌ ସବାହ୍‌ ଅଲ୍‌ ଅହମ୍ମଦ ଅଲ୍‌-ଜାବେର୍‌ ଅଲ୍‌-ସବାହ୍‌ଙ୍କ ବିୟୋଗରେ ଭାରତର ଶୋକ ସନ୍ଦେଶ ଦେବା ପାଇଁ ଦୁଇଦିନିଆ କୁଏତ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଶୋକ ସନ୍ଦେଶପତ୍ରକୁ କୁଏତର ନୂଆ ସମ୍ରାଟ ସେକ୍‌ ନୱାଫ୍‌ ଅଲ୍‌-ଅହମ୍ମଦ ଅଲ୍‌-ଜାବେର୍‌ ଅଲ୍‌-ସବାହ୍‌ଙ୍କୁ ପ୍ରଦାନ କରିବେ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କୁଏତରେ ପହଞ୍ଚିବା ପରେ ବିମାନବନ୍ଦରରେ କୁଏତର ତୈଳମନ୍ତ୍ରୀ ଡ. ଖାଲିଦ ଅଲି ମହମ୍ମଦ ଅଲ୍‌-ଫାଦେଲ ତାଙ୍କୁ ସ୍ୱାଗତ କରିଥିଲେ । ଗସ୍ତ ଅବସରରେ କୁଏତରେ ଥିବା ଭାରତୀୟ ସମ୍ପ୍ରଦାୟ ତଥା ଓଡ଼ିଆ ଉଦ୍ୟୋଗପତିଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କୁଏତର ନୂଆ ସମ୍ରାଟ ଓ କୁଏତର ତୈଳମନ୍ତ୍ରୀଙ୍କ ସହ ମଧ୍ୟ ଏକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Show More
Back to top button