Uncategorizedନ୍ୟୁଜ୍

ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସତ୍ୟଶିଖା (ଭୁବନେଶ୍ୱର ) ୨୧.୧୦.୨୦୨୩ : ଆଜିଠୁ 4 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସକାଳ ୯ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଅନୁଗୁଳ ଜିଲ୍ଲା ଗସ୍ତ କରି ଅଙ୍ଗାରବନ୍ଧରେ ଥିବା ଅଲେଖ ମହିମା ଆଶ୍ରମଠାରେ ପୂଜ୍ୟ ସନ୍ଥ ବିଦ୍ୟାଧର ଦାସଙ୍କର ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ । ଏହାପରେ  ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ତାଳଚେର ଦିନ ଦୟାଲ ନଗରଠାରେ ରାତ୍ରିଯାପନ କରିବେ । ଅକ୍ଟୋବର ୨୨ରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସମ୍ବଲପୁର ଜିଲ୍ଲା ଗସ୍ତ କରି ବୁର୍ଲାରେ ରାତ୍ରିଯାପନ କରିବେ ।

ଅକ୍ଟୋବର ୨୩ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏବଂ ଅକ୍ଟୋବର ୨୪ ଅନୁଗୁଳ ଜିଲ୍ଲାର ପାଲଲହଡାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସନ୍ଧ୍ୟାରେ ତାଳଚେର ସାଉଥ ବଲଣ୍ଡାଠାରେ ରାବଣ ପୋଡି ଉତ୍ସବରେ ଯୋଗଦେବେ । ସେଠାରୁ ଢେଙ୍କାନାଳ ଯାଇ ମଧ୍ୟ ରାବଣ ପୋଡି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Show More
Back to top button