ସତ୍ୟଶିଖା (ଭୁବନେଶ୍ୱର) ୦୭.୧୦.୨୦୨୦ : ପରିବେଶକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଟୋରେଣ୍ଟ ଗ୍ୟାସର ୪୨ଟି କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନ୍ଜି) ଏବଂ ୩ଟି ସିଟି ଗେଟ୍ ଷ୍ଟେସନକୁ ଉତ୍ସର୍ଗୀକୃତ କରିଛନ୍ତି । ଦେଶର ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ପାଇପଲାଇନ୍ର ଶିଳାନ୍ୟାସ ଓ ଟର୍ମିନାଲ, ଗାସ କ୍ଷେତ୍ରରେ ୬୦ ବିଲିୟନ ଅର୍ଥାତ୍ ୪ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ଟଙ୍କା ପୁଞ୍ଜିନିବେଶ କରାଯାଉଛି ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ।
୪୨ଟି ସିଏନ୍ଜି ଷ୍ଟେସନ ଏବଂ ୩ଟି ସିଟି ଗେଟ୍ ଷ୍ଟେସନ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର l
