ସତ୍ୟଶିଖା(ଭୁବନେଶ୍ୱର )୮.୦୯ .୨୦୨୧: ନିଜ ସଂସଦୀୟ କ୍ଷେତ୍ର ମୟୂରଭଞ୍ଜରେ ପହଞ୍ଚିଛନ୍ତି କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡୁ । ମନ୍ତ୍ରୀ ହେବାପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ଗତକାଲି ବାରିପଦାରେ ପହଞ୍ଚିବା ପରେ ମନ୍ତ୍ରୀଙ୍କୁ ଦଳୀୟକର୍ମୀମାନେ ସହର ପରିକ୍ରମା କରାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା ।
ତେବେ ଆଜି ମନ୍ତ୍ରୀ ଟୁଡୁଙ୍କ ପକ୍ଷରୁ ବାରିପଦାର ସହରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ଏହି ସମ୍ମିଳନୀରେ ୨୦୨୦-୨୧ଆର୍ଥିକ ବର୍ଷର ତାଙ୍କ ରିପୋର୍ଟ କାର୍ଡ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।