ଦେଶରାଜନୀତି

ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ଵରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର

ସତ୍ୟଶିଖା(ନୂଆଦିଲ୍ଲୀ ) ୮ .୦୯ .୨୦୨୧:ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ଵରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ପ୍ରଭାରୀ ଓ 7 ଜଣଙ୍କୁ ସହପ୍ରଭାରୀ ଦାୟିତ୍ଵ ଦିଆଯାଇଛି । BJP ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଏହି ଦାୟିତ୍ଵ ଦେଇଛନ୍ତି ।

ଅନୁରାଗ ସିଂ ଠାକୁର, ଅର୍ଜୁନରାମ ମେଘୱାଲ ସହପ୍ରଭାରୀ ନିଯୁକ୍ତ । ସୁଶ୍ରୀ ସରୋଜ ପାଣ୍ଡେ, ସୁଶ୍ରୀ ଶୋଭା କରନ୍ଦଲାଜେ ସହପ୍ରଭାରୀ । କ୍ୟାପଟେନ୍ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ, ବିବେକ ଠାକୁର ସହପ୍ରଭାରୀ । ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଭାରୀ ଓ ସହପ୍ରଭାରୀଙ୍କ ନାଁ ଘୋଷଣା ହୋଇଛି।

Show More
Back to top button