ସତ୍ୟଶିଖା :୨୯/୦୫/୨୦୨୫:ପୁରୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ । ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ । ଏକ ପେଡ ମାଆ କେ ନାମ ଅଭିଯାନ ଅଧୀନରେ ଗଛ ରୋପଣ କାର୍ଯ୍ୟକ୍ରମ ମଧ୍ୟ ହେବ । ସକାଳୁ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ ସକାଳ ୮ ଟା ୩୦ ଠାରୁ ୧୦ ଟା ୩୦ ମଧ୍ୟରେ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗନେବେ କେନ୍ଦ୍ରମନ୍ତ୍ରୀ । ପୁରୀରୁ ଆରମ୍ଭ ହେବ ନୂଆ ଅଭିଯାନ। ଏଣିକି ବୈଜ୍ଞାନିକ ଯିବେ ଚାଷ ଜମିକୁ ।
ଚାଷୀଙ୍କ ସହ କରିବେ ଆଲୋଚନା। ଲ୍ୟାବ ରିସର୍ଚ୍ଚ ଏଣିକି କ୍ଷେତରେ ଇଂପ୍ଲିମେଣ୍ଟ ସିଧା ହେବ। I CAR କୃଷି ବୈଜ୍ଞାନିକ ସେଣ୍ଟରର ୧୬,୦୦୦ ବୈଜ୍ଞାନିକ ଏବଂ ରାଜ୍ୟ ସରକାରଙ୍କ କୃଷି ବିଭାଗ କେନ୍ଦ୍ର ସରକାରଙ୍କ ବିଭାଗ ସମସ୍ତେ ମିଶିକି ୨୧୧୭ ଟିମ ତିଆରି ହୋଇଛି । ୧୫ ଦିନରେ ୬୦,୦୦୦ ଗାଁକୁ ଯିବେ। ଚାଷୀଙ୍କ ସହ କଥା ହେବେ। ଜଳବାୟୁ କଣ ଅଛି, କେଉଁଠି କେଉଁ ଫସଲ ହୋଇପାରିବ ସେ ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନ ପାଇଁ ଭିଡିଓ ବାର୍ତା ମଧ୍ୟ ଜାରି କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ମନ୍ତ୍ରୀ ଶିବରାଜ ସିଂ ଚୌହାନ ।