ଦେଶ

କେଜ୍ରିଙ୍କ ନିଷ୍ପତ୍ତିକୁ ବଦଳାଇ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଏଣିକି ଯେକୌଣସି ରାଜ୍ୟର ଲୋକ ନିଜର କରୋନା ଚିକିତ୍ସା ଦିଲ୍ଲୀର ସରକାରୀ ହସ୍ପିଟାଲରେ କରାଇପାରିବେ। ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେବଳ ଦିଲ୍ଲୀବାସୀ ହିଁ ସରକାରୀ ହସ୍ପିଟାଲରେ କରୋନା ଚିକିତ୍ସା କରିପାରିବେ କହିଥିଲେ।

ଆହୁରି ପଢ଼ନ୍ତୁ

ହେଲେ ଆଜି ଉପରାଜ୍ୟପାଳ ଅନୀଲ ବୈଜଲ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି। ସୂତ୍ର ଅନୁଯାୟୀ, ଉପରାଜ୍ୟପାଳ ଅନୀଲ ବୈଜଲ ସମସ୍ତ ଅଧିକାରୀମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏଥିରେ ସେ କହିଛନ୍ତି ଯେ କୌଣସି ହସ୍ପିଟାଲ ଦିଲ୍ଲୀବାସୀ ନୁହେଁ ବୋଲି ଆଳ ଦେଖାଇ କାହାକୁ ଚିକିତ୍ସା ଯୋଗାଇ ଦେବାକୁ ମନା କରିପାରିବେ ନାହିଁ। ଏବେ ଯେକୌଣସି ରାଜ୍ୟର ଲୋକ ଦିଲ୍ଲୀରେ କରୋନା ରୋଗର ଚିକିତ୍ସା କରାଇପାରିବେ।

[ad_2]
Show More
Back to top button