

ସତ୍ୟଶିଖା( ଭୁବନେଶ୍ୱର )୧୦.୧୦.୨୦୨୨: ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡ଼ିୟମ୍ରେ ଫୁଟବଲ ଫିଭର। କାଲିଠୁ ୧୭ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ-୨୦୨୨ । ବିଏମ୍ସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଷ୍ଟାଡ଼ିୟମ୍ ଭିତରେ ୫୦ଟି ସାନିଟାଇଜ୍ ଷ୍ଟାପ୍, ୩ ଜଣ ସୁପରଭାଇଜର, ଜଣେ ସିନିୟର ସୁପରଭାଇଜର, ଜଣେ ସହଯୋଗୀ ଓ ଅତିରିକ୍ତ କମିଶନର ନିୟୋଜିତ ରହିବେ।
ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଇଛି ବିଏମ୍ସି। ଷ୍ଟାଡ଼ିୟମ୍ ଭିତରେ ଶୁଖିଲା ଅଳିଆ ଓ ଓଦା ଅଳିଆ ପାଇଁ ଗ୍ରୀନ୍ ଗାର୍ବେଜ୍ର ବ୍ୟବସ୍ଥା କରାଯାଇଛି। କଳିଙ୍ଗ ଷ୍ଟାଡ଼ିୟମ୍ ଭିତର ଓ ବାହାରର ସମସ୍ତ ଜାଗାକୁ ପରିଷ୍କାର କରାଯାଇଛି।କଳିଙ୍ଗ ଷ୍ଟାଡିୟମରେ କାଲି ଆମେରିକା-ଭାରତ ମଧ୍ୟରେ ଟକ୍କର ହେବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।