ଭିନ୍ନକ୍ଷମ ନାବାଳିକା ଝିଆରୀକୁ ଦୁଷ୍କର୍ମ କଲା କକା

ସତ୍ୟଶିଖା ୦୮/୦୧/୨୦୨୧ : ସମ୍ପର୍କରେ ଲାଗିଲା କଳଙ୍କର ଟୀକା। ନାବାଳିକା ଭିନ୍ନକ୍ଷମ ଝିଆରୀକୁ ଦୁଷ୍କର୍ମ କରି କକା ଗିରଫ।ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା କୁଲଡିହା ଗାଁରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ପୀଡିତା ନାବାଳିକାଙ୍କ ପରିବାର ଲୋକେ ଘର ନିକଟ ଖୋଳାରେ ଧାନ ପିଟିବା କାମ କରୁଥିଲେ । ଖୋଳାରେ ପୀଡିତା ନାବାଳିକା ନିଜର ନାବାଳକ ଭଉଣୀ ସହିତ ଖେଳୁଥିଲା ।

ଧାନଗଦା ନିଟକରେ କକା ଝିଆରୀ ସହ ଦୁଷ୍କର୍ମ କରିଥିଲା । କାହାକୁ କହିଲେ ଜୀବନରୁ ମାରି ଦେବ ବୋଲି କକା ଧମକ ଦେଇଥିଲା । ତେବେ ପୀଡିତାର ନାବାଳକ ଭାଇ ଭାଇ ଏ ସବୁ ଘଟଣା ଦେଖିଥିଲା । ଏ ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା । ଏହି ଘଟଣାକୁ ନେଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଅଭିଯୁକ୍ତ ପୀଡିତାର ମାଆକୁ ଆକ୍ରମଣ କରିବାକୁ ମଧ୍ୟ ପଛେଇ ନ ଥିଲା । ପରେ ଗ୍ରାମର ୱାର୍ଡ ମେମ୍ବରଙ୍କ ସାହାଯ୍ୟରେ ପୀଡିତାର ମାଆ ଗୋରୁମହିଷାଣି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ କକାକୁ ଗିରଫ କରିଛି ।  ତେବେ ଅଭିଯୁକ୍ତ କକା ମଧ୍ୟ ନାବାଳକ ବୋଲି ତଦନ୍ତରୁ ଜାଣିବାକୁ ପାଇଛି । ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଦଳ ଆସୁଥିବା ସୂଚନା ମିଳିଛି ।

Exit mobile version