ରାଜନୀତି

ଆୟୁଷ୍ମାନ ଭାରତ’କୁ ନେଇ ପୁଣି କେନ୍ଦ୍ର-ରାଜ୍ୟ ଛକାପଞ୍ଝା

ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା ସହ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ‘ଆୟୁଷ୍ମାନ ଭାରତ’ ଯୋଜନାରେ ଓଡ଼ିଶାକୁ ସାମିଲ କରିବାକୁ ନେଇ ପୁଣିଥରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। କରୋନା ଚିକିତ୍ସାକୁ ‘ଆୟୁଷ୍ମାନ ଭାରତ’ ଯୋଜନାରେ କେନ୍ଦ୍ର ସରକାର ସାମିଲ କରିବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କୁ ‘ଆୟୁଷ୍ମାନ ଭାରତ’ ଯୋଜନା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।

ଆହୁରି ପଢ଼ନ୍ତୁ

ତେବେ ଏହା ଉପରେ ପ୍ରତିକ୍ରିୟା ରଖି ଏକ ଭିଡିଓ ସନ୍ଦେଶ ମାଧ୍ୟମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ଯେ, ଓଡ଼ିଶାର ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାର ସମସ୍ତ ରୋଗୀଙ୍କ ଲାଗି ଡାକ୍ତରଖାନାରେ ପରୀକ୍ଷା ନିରୀକ୍ଷା, ଚିକିତ୍ସା ଓ ଔଷଧ ଆଦି ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଏକ୍ଷେତ୍ରରେ ବିପିଏଲ କି ଏପିଏଲର ବାଛବିଚାର ନାହିଁ । ଯଦି କେନ୍ଦ୍ର ସରକାର ପ୍ରସ୍ତାବିତ ଯୋଜନାରୁ ବିପିଏଲ୍ ବର୍ଗକୁ କାଢ଼ି ନିଅନ୍ତି ବା ବାଧ୍ୟତାମୂଳକ ପ୍ରାବଧାନରୁ ବାଦ୍ ଦିଅନ୍ତି ତେବେ ରାଜ୍ୟ ତାହାକୁ ତୁରନ୍ତ ଲାଗୁ କରିବ ବୋଲି ଶ୍ରୀ ଦାସ କହିଛନ୍ତି।

[ad_2]
Show More
Back to top button