ଅସହ୍ୟ ହେଲାଣି ତାତି, ୪୨.୭ ଡିଗ୍ରୀ ସହ ଟିଟିଲାଗଡ଼ ପାଲଟିଛି ତତଲାଗଡ଼

ସତ୍ୟଶିଖା (ଭୁବନେଶ୍ୱର) ୩୧.୦୩.୨୦୨୨: ତତଲା କଡେଇରେ ସିଝୁଛି ପୁରା ଓଡ଼ିଶା । ଦିନ ୯ଟା ହୋଇଗଲେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨ ଡିଗ୍ରୀ ପାର କରିଛି ତାପମାତ୍ରା । ୪୨.୭ ଡିଗ୍ରୀ ସହ ଟିଟିଲାଗଡ଼ ପାଲଟିଛି ତତଲାଗଡ଼ ।

ସେହିପରି ବଲାଙ୍ଗୀରରେ ମଧ୍ୟ ୪୨.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ସଂପ୍ରତି ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁସାରେ ଆଜି ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି।

Exit mobile version