ରାଜ୍ୟରେ ଆଉ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ, ଦୁଇ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା


ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୨୧୦୪ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୧୨୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୬୯ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ଏଥିରେ ମୃତ୍ୟୁ ଘଟିଛି। ଆଉ ୨ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲେ ବି ସେମାନଙ୍କର କରୋନା ଯୋଗୁ ପ୍ରାଣହାନୀ ହୋଇନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।
ନୂତନ ଭାବେ ଚିହ୍ନଟ ୧୫୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ବାକି ୩ ଜଣ ସ୍ଥାନୀୟ ଅଞ୍ଚଳର। ୧୯ ଜିଲ୍ଲାରୁ ଏହି ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ ଜଣ ଅଛନ୍ତି। ଏହା ସହିତ ଏହି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮୨ ଜଣ ଚିକିତ୍ସାଧୀନ ଅଛନ୍ତି।
ସେହିପରି କଟକରୁ ୨୦ ଜଣ, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁର଼ରୁ ୧୧, କନ୍ଧମାଳରୁ ୯, ଭଦ୍ରକରୁ ୭ ଏବଂ
ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼ ଓ ନୂଆପଡ଼ାରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜ, ବରଗଡ଼, ସୋନପୁରରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଆହୁରି ପଢ଼ନ୍ତୁ
୨୦ ନୂଆ ଆକ୍ରାନ୍ତଙ୍କ ସହିତ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦ (୩୬ ସୁସ୍ଥ, ୮୩ ଚିକିତ୍ସାଧୀନ, ୧ ମୃତ)ରେ ପହଞ୍ଚି ଯାଇଛି। ୧୭ଟି ନୂଆ କେସ୍ ସହିତ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୧ (୩୩୪ ସୁସ୍ଥ, ୯୪ ଚିକିତ୍ସାଧୀନ, ୩ ମୃତ)ରେ ପହଞ୍ଚିଛି। ଜଗତସିଂହପୁରରେ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୮୨ (୩୦ ସୁସ୍ଥ, ୫୨ ଚିକିତ୍ସାଧୀନ)ରେ ପହଞ୍ଚିଛି। ଯାଜପୁରରୁ ଆଉ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୮୦ (୧୭୯ ସୁସ୍ଥ, ୧୦୧ ଚିକିତ୍ସାଧୀନ)ରେ ପହଞ୍ଚିଛି। କନ୍ଧମାଳରୁ ୯ଟି ନୂଆ କେସ୍ ଆସିଥିବା ବେଳେ ମୋଟ ସଂଖ୍ୟା ୨୨ (୩ ସୁସ୍ଥ, ୧୯ ଚିକିତ୍ସାଧୀନ)ରେ ପହଞ୍ଚିଛି। ଭଦ୍ରକରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୧୨୦ (୯୫ ସୁସ୍ଥ, ୨୫ ଚିକିତ୍ସାଧୀନ)ରେ ପହଞ୍ଚିଛି।
ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼ ଓ ନୂଆପଡ଼ାରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୧୪୧ (୬୭ ସୁସ୍ଥ, ୭୦ ଚିକିତ୍ସାଧୀନ), ୬୮ (୨୧ ସୁସ୍ଥ, ୪୭ ଚିକିତ୍ସାଧୀନ), ୫୭ (୨୮ ସୁସ୍ଥ, ୨୯ ଚିକିତ୍ସାଧୀନ) ଓ ୩୩ (ଚିକିତ୍ସାଧୀନ)ରେ ପହଞ୍ଚିଛି।
ମୟୂରଭଞ୍ଜ, ବରଗଡ଼, ସୋନପୁରରୁ ମଧ୍ୟ ୩ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୨୬ (୧୪ ସୁସ୍ଥ, ୧୨ ଚିକିତ୍ସାଧୀନ), ୧୧ (ସମସ୍ତେ ଚିକିତ୍ସାଧୀନ), ୮ (ସମସ୍ତେ ଚିକିତ୍ସାଧୀନ)ରେ ପହଞ୍ଚିଛି।
ବଲାଙ୍ଗିର ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ଯଥାକ୍ରମେ ୮୨ (୬ସୁସ୍ଥ, ୭୬ ଚିକିତ୍ସାଧୀନ) ଓ ୧୧ (୪ସୁସ୍ଥ, ୭ ଚିକିତ୍ସାଧୀନ)ରେ ପହଞ୍ଚିଛି। ବୌଦ୍ଧ, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ଯଥାକ୍ରମେ ୩୪ (୩୩ ସୁସ୍ଥ, ୧ ଚିକିତ୍ସାଧୀନ), ୨୬ (୮ ସୁସ୍ଥ, ୧୮ ଚିକିତ୍ସାଧୀନ) ଓ ୨୧ (୩ ସୁସ୍ଥ, ୧୮ ଚିକିତ୍ସାଧୀନ)ରେ ପହଞ୍ଚିଛି।